ଓଡିଶା

ଲକଡାଉନକୁ କେନ୍ଦ୍ର କରି ଉତ୍ତେଜନା

(ଜଳେଶ୍ୱର /ଅଜିତ ସାହୁ)- ବିଶ୍ୱ ମହାମାରୀ କୋରୋନାକୁ ନିପାତ କରିବା ପାଇଁ ସତର୍କତା, ସଚେତନତା ସାଙ୍ଗକୁ ସାମାଜିକ ଦୂରତା ଏକାନ୍ତ ଆବଶ୍ୟକ। କୋରୋନାର ମୁକାବିଲା ପାଇଁ ଦେଶ ସମେତ ରାଜ୍ୟରେ ଏବେ ତୃତୀୟ ପର୍ୟ୍ୟାୟ ଲାକଡାଉନ ଚାଲିଛି। ଏହା ଭିତରେ ଦୀର୍ଘ ଦେଢ଼ମାସରୁ ଊଦ୍ଧ୍ୱର୍ ବିତିଥିଲେ ବି ଲୋକେ କୋରୋନା ପ୍ରତି ଆଦୌ ସଚେତନ ନାହାଁନ୍ତ। ବରଂ ଗାଁଆ ଦାଣ୍ଡରେ ମାଳମାଳ ହୋଇ ବୁଲୁଛନ୍ତି, ସାମାଜିକ ଦୂରତା ରଖୁନାହାନ୍ତି କି ମାସ୍କ ବ୍ୟବହାର କରୁନାହାନ୍ତି। ବରଂ ବିନା ମାସ୍କରେ କଜିଆ ଲାଗି କଥାକଟାକଟି ହେବା ସହିତ ଠେଲା ପେଲା ହେଉଛନ୍ତି। ଯାହାର ଭିଡିଓ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ଏଭଳି ଅଭାବନିୟ ଘଟଣା ଘଟିଛି ବସ୍ତା ବ୍ଲକ , ପାଉଁଷ୍କୁଲି ପଂଚାୟତ ର ସୋନପୁର ଗ୍ରାମରେ।
ସୂଚନା ଅନୁଯାୟୀ କୋରନା ଓ ଲକଡାଉନ କଟକଣା ବେଳେ ଗ୍ରାମରେ ଭୋଜି କରିବା, ଚା ଓ ପାନ ଦୋକାନ ଖୋଲିବା,ଅନାଵଶ୍ୟକ ଭାବେ ଛକରେ ମାଳ ମାଳ ହୋଇ ବୁଲିବା, ଗାଁ ବାହାରକୁ ଯାଆସ ପାଇଁ ଥିବା କଟକଣାକୁ କେନ୍ଦ୍ର କରି ନାଏବ ସରପଞ୍ଚଙ୍କ ପ୍ରତିନିଧି ବରେନ୍ଦ୍ର ପରିଡା ଓ କିଛି ଗ୍ରାମବାସୀଙ୍କ ଭିତରେ କଥା କଟାକଟି ଓ ଠେଲା ପେଲା ସାଙ୍ଗକୁ ଉତ୍ତେଜନା ଦେଖାଦେଇ ଥିଲା। ଯାହାର ଭାଇରାଲ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୋରି ବୁଲୁଛି। ତେବେ ଏନେଇ ନାଏବ ସରପଞ୍ଚଙ୍କ ପ୍ରତିନିଧି ଶ୍ରଯୁକ୍ତ ପରିଡ଼ାଙ୍କୁ ପଚାରିବାରୁ ଘଟଣାକୁ ଅସ୍ୱୀକାର କରିବା ସହିତ ଏହା ଏକ ରାଜନୈତିକ ଚକ୍ରାନ୍ତ ବୋଲି କହିଥିଲେ। ଅନ୍ୟପକ୍ଷରେ ଏଭଳି ଘଟଣାକୁ ସାଧରଣରେ ଓ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଇଛି।

Related posts

ବାଲୁକା କଳାରେ “ମେରା ପେହଲା ଭୋଟ୍ ଦେଶ କେ ଲିୟେ” 

mahabharatanews

ସମ୍ଭାବ୍ୟ ବାତ୍ୟା ପାଇଁ ସତର୍କ ସୂଚନା ଜାରି

mahabharatanews

୧୯୬ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର

mahabharatanews