ଓଡିଶା

ଚଣ୍ଡିଖୋଲରେ କରୋନା ସମୀକ୍ଷା ବୈଠକ

(କିର୍ତ୍ତୀରାଜ ସ୍ୱାଇଁ/ ବଡଚଣା): ଆଜି ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନମଣ୍ଡଳୀର ଚଣ୍ଡିଖୋଲ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ କରୋନା ମୁକାବିଲା ପାଇଁ ଏକ ସମୀକ୍ଷା ବୈଠକ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଆଗାମୀ ଦିନରେ କିଭଳି କରୋନାର ମୁକାବିଲା ହବ ତା ସହିତ କେମିତି ବାହାରୁ ଆସୁଥିବା ସମସ୍ତ ପ୍ରବାସୀ ଓଡ଼ିଆ ମାନେ ସୁବିଧା ସୁଯୋଗ ପାଇ ସଙ୍ଗରୋଧ ସେଣ୍ଟରରେ ୨୧ ଦିନ ଧରି ରହିବେ ସେଥିପାଇଁ ବିଦ୍ୟୁତ୍ ପାନୀୟ ଜଳ ସହ ସମସ୍ତ ସୁବିଧା କିଭଳି ସୂଚାର ରୂପେ ମିଳିବ ତାହା ଉପରେ ଆଲୋଚନା କରିଥିଲେ। ଏହି ବୈଠକରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ୟ୍ୟ, ବିଡ଼ିଓ ଅଜିତ୍ ନାରାୟଣ ଗିରି, ଦର୍ପଣ ତହସିଲଦାର ବରନ୍ୟେନ୍ଦୁ ମହାନ୍ତି ଓ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ସୁଶିଲ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ଅଗଷ୍ଟ ଗାଇଡ ଲାଇନର କଣ ରହିବ ରୂପ ରେଖ

mahabharatanews

ଆଠଗଡ଼ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଯୋଗଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ

mahabharatanews

୮ରେ ରତ୍ନଭଣ୍ଡାର ମରାମତି ମାମଲାର ପରବର୍ତ୍ତୀ ଶୁଣାଣି 

mahabharatanews