Uncategorized

୪୮୩ ଜିଲ୍ଲାରେ ୭୭୪୦ କୋଭିଡ-୧୯ ଚିକିତ୍ସା କେନ୍ଦ୍ର

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଦେଶର ୪୮୩ଟି ଜିଲାରେ ‌େ‌ମାଟ ୭,୭୪୦ଟି ସ୍ୱତନ୍ତ୍ର କୋଭିଡ-୧୯ ଚିକିତ୍ସା କେନ୍ଦ୍ର କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଗୁଡିକ ଉତ୍ସର୍ଗୀକୃତ କୋଭିଡ କେୟାର ସେଣ୍ଟର (ଡିସିସିସି), ଉତ୍ସର୍ଗୀକୃତ କୋଭିଡ ହେଲ୍‌ଥ ସେଣ୍ଟର (ଡିସିଏଚସି) ଏବଂ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ (ଡିସିଏଚ) ନାମକ ତିନୋଟି ବର୍ଗରେ ବିଭକ୍ତ । ଏହି କେନ୍ଦ୍ରଗୁଡିକରେ ୬,୫୬,୭୬୯ଟି ଆଇସୋଲେସନ ବେଡ, ସଂକ୍ରମିତ ରୋଗୀଙ୍କ ପାଇଁ ୩,୦୫,୫୬୭ ଟି ଶଯ୍ୟା, ସନ୍ଦିଗ୍ଧ ରୋଗୀଙ୍କ ପାଇଁ ୩,୫୧,୨୦୪ଟି ଶଯ୍ୟା, ୯୯,୪୯୨ଟି ଅମ୍ଳଜାନ ବ୍ୟବସ୍ଥା ଥିବା ଶଯ୍ୟା, ୧୬୯୬ଟି ଅକ୍ସିଜେନ ମେନଫୋଲ ଏବଂ ୩୪,୦୭୬ଟି ଆଇସିୟୁ ଶଯ୍ୟା ରହିଛି। ଜନସାଧାରଣଙ୍କ ଅବଗତି ନିମନ୍ତେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଏହି ତିନୋଟି ବର୍ଗର କୋଭିଡ-୧୯ ଚିକିତ୍ସା କେନ୍ଦ୍ର ସମ୍ବନ୍ଧୀୟ ତଥ୍ୟ ସରକାରୀ ୱେବସାଇଟରରେ ଅପଲୋଡ କରିବାକୁ କୁହାଯାଇଛି। ଇତିମଧ୍ୟରେ ୩୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ତଥ୍ୟ ପ୍ରଦାନ କରିଛନ୍ତି। ଏଠାରେ ଇତିମଧ୍ୟରେ କୋବାସ ୬୮୦୦ ପରୀକ୍ଷା ମେସିନ ସଫଳତାର ସହିତ ପ୍ରତିଷ୍ଠା କରାଯାଇଛି। ସମ୍ପ୍ରତି ଏସିଡିସିଠାରେ ଦୈନିକ ୩୦୦ରୁ ୪୦୦ ପରୀକ୍ଷା କରାଯାଉଥିବା ବେଳେ କୋବାସ ୬୮୦୦ ଦ୍ବାରା ୨୪ ଘଣ୍ଟାରେ ୧୨୦୦ ନମୁନା ପରୀକ୍ଷା ସମ୍ଭବ ହେବ। ବର୍ତ୍ତମାନ ସୁଦ୍ଧା ୧୯,୩୫୭ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ହାର ୩୦.୭୬% ରହିଛି। ୨୪ ଘଣ୍ଟା ମଧ୍ୟରେ ୧,୫୧୧ ଜଣ ଲୋକ ଆରୋଗ୍ୟ ଲାଭ କରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ପ୍ରଦାନ କରିଛି। ଆଗାମୀ ଦିନରେ କୋଭିଡ-୧୯ ପରୀକ୍ଷା କ୍ଷମତା ବୃଦ୍ଧି ନିମନ୍ତେ ଆବଶ୍ୟକୀୟ ଉଚ୍ଚ କ୍ଷମତାସମ୍ପନ୍ନ ମେସିନ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏସିଡିସି)ଠାରେ ଅଧିଗ୍ରହଣ କରାଯାଉଛି।

Related posts

ଦିଲ୍ଲୀ ମୁହାଁ ପଙ୍ଗପାଳ

mahabharatanews

କରୋନା ଆତଙ୍କ ଚୀନ ବାହାରେ ୧ ମୃତ୍ୟୁ: ୧୪,୫୬୨ ସଂକ୍ରମିତ

mahabharatanews

ଅନିଲ ଚୌଧୁରୀ ଦିଲ୍ଲୀ, ଡିକେ ଶିବକୁମାର କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ

mahabharatanews