ଓଡିଶା

ସଂଗରୋଧ କେନ୍ଦ୍ର ରେ ଏସ.ଏଚ.ଜି ଗ୍ରୁପ ଯୋଗାଉଛି ସୁସ୍ଵାଦୁ ମିଠା

(ସୂର୍ଯ୍ୟକାନ୍ତ ବେହେରା /ମାଲକାନଗିରି): ସ୍ୱାବଲମ୍ବୀ ହେବା ଲକ୍ଷ୍ୟରେ ମହିଳା ଏସଏଚଜି ଗ୍ରୁପ ଠାରୁ ଆରମ୍ଭ କରି ମହିଳା ମାନଙ୍କୁ ଏବେ ପ୍ର୍ୟତେକ କ୍ଷେତ୍ର ରେ ଦିଆଯାଉଛି ଆଧିକ ସୁଯୋଗ। ଜାରି ରହିଛି ତୃତୀୟ ପର୍ୟ୍ୟାୟର ଲକ୍ ଡାଉନ ଆଉ ଜାରି ରହିଛି ପ୍ରବାସୀ ଓଡିଆଙ୍କର ନିଜ ଜନ୍ମମାଟି କୁ ବାହୁଡା । ନିଜ ନିଜ ଗାଁ ର ସଂଗ ରୋଧ ଗୃହରେ ଏବେ ପ୍ରବାସୀ ସେମାନଙ୍କ ଖାଇବା ମେନୁ ରେ ପରଷା ଯାଉଚି ରୁଟିନ ଅନୁଯାଇ ଖାଦ୍ୟ। ମିଠା ପ୍ରସ୍ତୁତ କରି ସଂଗ ରୋଧ କେନ୍ଦ୍ର ରେ ଯୋଗାଉଛନ୍ତି ଏସଏଚଜି ଗ୍ରୁପ ମାଁ ମାନେ କ୍ଷ

ମିଠା ପ୍ରସ୍ତୁତ ରେ ଲାଗି ପଡ଼ିଛନ୍ତି ମହିଳା ଏସଏଚଜି ଗ୍ରୁପ ର ମା ମାନେ। କିଏ ଚିନି କରି ଶିରା କରିବାରେ ବ୍ୟସ୍ତ ତ ଆଉ କିଏ ଚକଟା କରି ଗୋଲା କରି ମିଠାକୁ ଆକାର ଦେବାରେ। କାଲିମେଳା ବ୍ଲକ୍ ର ଏମଭି ୭୨ ଗ୍ରାମରେ ଅର୍ଣ୍ଣପୂର୍ଣା ଏସଏଚଜି ଗ୍ରୁପ ର ମା ମାନେ ସଂଗ୍ ରୋଧ ଗୃହ ରେ ଥିବା ପ୍ରବାସୀ ଓଡିଆ ଙ୍କ ପାଇଁ ସୁସ୍ବାଦୁ ମିଠା ଗୁଲାବ ଜାମୁନ୍ ପ୍ରସ୍ତୁତ କରୁଛନ୍ତି। ଏଥି ପାଇଁ ଏମାନଙ୍କୁ ଜିଲ୍ଲାପ୍ରଶାସନ ର ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ଉକ୍ଟଙ୍ଖସୟ-୧୯ ଭାରତୀୟ ଗ୍ଦଗ୍ଧବଗ୍ଧର ଈବଦ୍ଭଳ ର କାଲିମେଳା ଶାଖା ଏମାନଂକୁ କ୍ଷକ୍ଟବଦ୍ଭ ମଧ୍ୟ ପ୍ରଦାନ କରିଛନ୍ତି ।ଓଡିଶା ଜିବିକା ମିଶନ ମଧ୍ୟ ଏଥିରେ ସହାୟତା ର ହାତ ବଢ଼ାଉଛି।

ମାଲକାନଗିରି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଥିବା ମେନୁ ଅନୁସାରେ ପ୍ର୍ୟତେକ ସଂଗ୍ ରୋଧ କେନ୍ଦ୍ର ରେ ପ୍ରତେକ ମଙ୍ଗଳବାର ଏବ୍ଂ ଶୁକ୍ରବାର ମଧ୍ୟାହ୍ନ ଭୋଜନ ରେ ସଂଗ ରୋଧ ରେ ଥିବା ପ୍ରବାସୀ ଓଡିଆ ଙ୍କୁ ମିଠା ପ୍ରଦାନ ର ବ୍ୟବସ୍ତା ରହିଛି। ସେହି ଅନୁଯାଇ ଏହି ଏସଏଚଜି ଗ୍ରୁପ କାଲିମେଳା ବ୍ଲକ ର ମାନମକୋଣ୍ଡା, ତେଳରାଇ। ନାଳଗୁନ୍ଥି କାଇଁମେଟଲା ରେ ଏମାନେ ମିଠା ପ୍ରସ୍ତୁତ କରି ଯୋଗାଇଛନ୍ତି।

Related posts

ମନି ଲଣ୍ଡରିଂ ମାମଲାରେ ଇଡିର ଗିରଫଦାରୀ ମନମାନୀ ନୁହେଁ: ସୁପ୍ରିମକୋର୍ଟ

mahabharatanews

୧୬ ହଜାର କଫ୍ ସିରପ୍ ବୋତଲ ଜବତ

mahabharatanews

ଗଛରେ ପିଟି ହେଲା ଆମ୍ବୁଲାନ୍ସ, ଚାଳକ ଗୁରୁତର

mahabharatanews