ଓଡିଶା

କରୋନା: ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ୬ ରାଷ୍ଟ୍ର ସହ ଆଲୋଚନା

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଉପରେ ନିୟନ୍ତ୍ରଣ ପାଇବାକୁ ପୁରା ବିଶ୍ୱ ଏବେ ଏକାଠି ହେବାରେ ଲାଗିଛି । ଏଥିନେଇ ଆମେରିକା ବୈଦେଶିକ ସଚିବ ମାଇକ ପମ୍ପିଓ ୬ଟି ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଅଷ୍ଟ୍ରେଲିଆ, ବ୍ରାଜିଲ, ଭାରତ, ଇସ୍ରାଏଲ, ଜାପାନ ଏବଂ ଦକ୍ଷିଣ କୋରିଆର ପ୍ରତିପକ୍ଷଙ୍କ ସହ ପମ୍ପିଓ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି। ଆମେରିକା ବୈଦେଶିକ ବିଭାଗର ଜଣେ ମୁଖପାତ୍ର ଟ୍ୱିଟ କରି କହିଛନ୍ତି ଯେ ବୈଦେଶିକ ସଚିବ ମାଇକେଲ ଆର ପମ୍ପିଓ ଏବଂ ପ୍ରତିପକ୍ଷମାନେ କରୋନା ମହାମାରୀର ମୁକାବିଲା ନିମନ୍ତେ ଆନ୍ତର୍ଜାତୀୟ ସହଯୋଗ, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଭବିଷ୍ୟତରେ କିଭଳି ଏପରି ସ୍ୱାସ୍ଥ୍ୟ ସଂକଟକୁ ରୋକି ହେବ ଏବଂ ଆନ୍ତର୍ଜାତିକ ସ୍ତରରେ ସହଯୋଗ ଉପରେ ମଧ୍ୟ ଏଥିରେ ଆଲୋଚନା କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ କରୋନା ମୁକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ସମସ୍ତଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ଅଟେ।

Related posts

ନର୍ସଙ୍କୁ ପିଟିଲେ ରୋଗୀଙ୍କ ଆଟେଣ୍ଡାଣ୍ଟ

mahabharatanews

ହାତୀ ଶାବକର ମୃତଦେହ ଉଦ୍ଧାର

mahabharatanews

ଏନଆଇଟିରୁ ପୁଣି ୭ ପଜିଟିଭ ଚିହ୍ନଟ, ମୋଟ ୧୪

mahabharatanews