ଓଡିଶା

ସରପଞ୍ଚ- ବିଡିଓ ମୁହାଁମୁହିଁ

ଯାଜପୁର: ରାଜ୍ୟରେ କରୋନା ମୁକାବିଲାକୁ ତୃଣମୂଳ ସ୍ତରରେ ସଫଳ କରିବା ଲକ୍ଷ୍ୟରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି । କିନ୍ତୁ ଏହି କ୍ଷମତାକୁ ନେଇ ଏବେ ସରପଞ୍ଚ ଓ ବିଡିଓ ମୁହାଁମୁହିଁ । ଯାଜପୁର ଜିଲ୍ଲା ବଡଚଣା ସୁଙ୍ଗୁଡା ସରପଞ୍ଚ ଚାଚାଲିନ ସ୍ବାଇଁ ଗତକାଲି ସଂଧ୍ୟାରୁ ୪୮ ଘଣ୍ଟା ପାଇଁ ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରିଥିଲେ । ଚଣ୍ଡିଖୋଲ ଛକରେ ବାହାର ରାଜ୍ୟ ଲୋକ ଚଳପ୍ରଚଳ କରୁଥିବାରୁ ସଂକ୍ରମଣ ଆଶଙ୍କାରେ ସେ ସଟ୍‌ଡାଉନ୍‌ କରିଥିଲେ । ତେବେ ବଡଚଣା ବିଡିଓ ଏହି ସଟଡାଉନକୁ ବାତିଲ କରି ଦେଇଛନ୍ତି । ବିଡିଓ କହିଛନ୍ତି, କେବଳ କଣ୍ଟେନମେଣ୍ଟ ଜୋନ୍‌ରେ ଲୋକ ନିୟମ ମାନୁ ନଥିଲେ ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିପାରିବେ ।
ଏଥିସହ ଜିଲ୍ଲାପାଳଙ୍କ ଅନୁମତି ନେଇ ସେଭଳି ସ୍ଥିତି ଆସିଲେ ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିବେ ବୋଲି ବିଡିଓ କହିଛନ୍ତି । ସେପଟେ ସରପଞ୍ଚ ଓ ବିଡିଓଙ୍କ ମଧ୍ୟରେ ଟଣାଓଟରାକୁ ନେଇ ଦ୍ବନ୍ଦ୍ବରେ ପଡିଛନ୍ତି ସାଧାରଣ ଲୋକ ଓ ବ୍ୟବସାୟୀ । ଚଣ୍ଡିଖୋଲ ଛକରେ ଦୋକାନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଛି ।

Related posts

ଓଡ଼ିଶା ଉପରେ ପଡ଼ିବ ନାହିଁ ବାତ୍ୟାର ପ୍ରଭାବ

mahabharatanews

ଦୂତିଙ୍କ ବିଏମଡବ୍ଲୁ ବିକ୍ରି ପୋଷ୍ଟରେ ସରସ୍ୱତୀଙ୍କ ସ୍କାନରରେ ଦୂତି

mahabharatanews

 ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ରାଜ୍ୟପାଳ 

mahabharatanews