ଓଡିଶା

ଥର୍ମାଲ ସ୍କ୍ରୀନିଂ ବ୍ୟାଙ୍କରେ ଆରମ୍ଭ ହେଲା

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ହୁ ହୁ ହୋଇ ବଢି ଚାଲି ଥିବାରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ସମସ୍ତେ ମାସ୍କ ବ୍ୟବହାର କରି ସାମାଜିକ ଦୂରତ୍ୱ ନିୟମ ପାଳନ କରିବା ଏବଂ ସରକାରଙ୍କ କରୋନା ମାର୍ଗ ଦର୍ଶିକା ଅନୁପାଳନ କରିବା ପାଇଁ ସଚେତନ ଓ ନିବେଦନ କରିଛନ୍ତି।ଏହି କ୍ରମରେ ଜିଲ୍ଲାପାଳ ନିଜ କାର୍ୟ୍ୟାଳୟ ରେ ବୁଧବାର ଏହାକୁ ପ୍ରଥମେ ଆରମ୍ଭ କରିଥିଲେ।ଏଣୁ କାର୍ୟ୍ୟାଳୟର ଅଧିକାରୀ, କର୍ମଚାରୀ ଏବଂ ସାଧାରଣ ଲୋକଙ୍କ ପାଇଁ ସ୍କ୍ରୀନିଂ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶକୁ ହିଞ୍ଜିଳିକାଟୁ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ କାର୍ୟ୍ୟାଳୟ ପକ୍ଷରୁ ଗୁରୁବାର ସର୍ଵ ପ୍ରଥମେ କାର୍ୟ୍ୟକାରୀ କରାଯାଇଛି। ସହରରେ ଥିବା ଅନ୍ୟାନ୍ୟ ବ୍ୟାଙ୍କ ମଧ୍ୟରେ ଉତ୍ତମ ସେବା ପ୍ରଦାନ କରୁଥିବା ଏହି ବ୍ୟାଙ୍କରେ ଗ୍ରାହକଙ୍କ ସଂଖ୍ୟା ବେଶ ବୃଦ୍ଧି ପାଇଛି।ତେଣୁ ଜିଲ୍ଲାରେ କରୋନା ର ସ୍ଥିତି ସଙ୍ଗିନ ଥିବାରୁ ବ୍ୟାଙ୍କ ଶାଖା ପରିଚାଳକ ସତ୍ୟାଶିଷ ପଟ୍ଟନାୟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି।ବ୍ୟାଙ୍କରେ ପ୍ରବେଶ କରିବା ପୂର୍ବରୁ ଗ୍ରାହକଙ୍କ ଥର୍ମାଲ ସ୍କ୍ରୀନିଂ ବାଧ୍ୟତାମୂଳକ କରାଯାଇଛି। ସୁରକ୍ଷା ଦାୟିତ୍ବରେ ଥିବା ଗାର୍ଡ ସଦାନନ୍ଦ ପାତ୍ର ଗୁରୁବାର ଜଣକ ପରେ ଜଣେ ଗ୍ରାହକଙ୍କ ଥର୍ମାଲ ସ୍କ୍ରୀନିଂ କରି ବ୍ୟାଙ୍କ ଭିତରକୁ ଛାଡିଥିଲେ।ସ୍କ୍ରୀନିଂ ସମୟରେ ଯେଉଁ ମାନଙ୍କ ଠାରେ କିଛି ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କ ସ୍ୱାବ ପରୀକ୍ଷା ପାଇଁ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଯିବ ବୋଲି ଶାଖା ପରିଚାଳକ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି

Related posts

ବଡ଼ମ୍ୱାରେ ପାଣ୍ଡିଆନଙ୍କ ପ୍ରଚାର

mahabharatanews

କେନ୍ଦ୍ରରୁ ଅନୁମତି ମିଳିବା ପରେ ଆରମ୍ଭ ହୋଇଛି ରଥକାମ: ଆଇନମନ୍ତ୍ରୀ

mahabharatanews

ବବିଙ୍କୁ ନେଇ ବିବାଦ

mahabharatanews