Uncategorized

ଲୁଗନାକ ଅଞ୍ଚଳରେ ତୁଷାରପାତ: ୨ ଯବାନ ସହିଦ

ନୂଆଦିଲ୍ଲୀ: ଉତ୍ତର ସିକ୍କିମର ଲୁଗନାକ ଲା ଅଞ୍ଚଳରେ ଭୟଙ୍କର ତୁଷାରପାତ ହୋଇଛି। ତୁଷାରପାତ ହେବାରୁ ଏହି ଅଞ୍ଚଳରେ ମୁତୟନ ଥିବା ଜଣେ ଲେଫ୍ଟନାଣ୍ଟ୍ କର୍ଣ୍ଣେଲ ଓ ଜଣେ ଯବାନ ଏଥିରେ ଫସି ଯାଇ ପ୍ରାଣ ହରାଇଛନ୍ତି। ଗତକାଲି ରାତିରେ ଏକ ୧୮ ଜଣିଆ ପାଟ୍ରୋଲିଂ ଟିମ ଲୁଗନାକ ଅଞ୍ଚଳରେ ମୁତୟନ ଥିବା ବେଳେ ହଠାତ୍‌ ତୁଷାରପାତ ହୋଇଥିଲା । ଫଳରେ ୧୮ ଜଣ ଯାକ ସୁରକ୍ଷାକର୍ମୀ ତୁଷାର ଗଦା ଭିତରେ ଚାପି ହୋଇଯାଇଥିଲେ ।
ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ବରଫ ଖଣ୍ଡ ଭିତରେ ଫସି ରହିଥିବା ଯବାନମାନଙ୍କୁ ବାହାର କରିଥିଲେ । କିନ୍ତୁ ଲେଫ୍ଟନାଣ୍ଟ୍ କର୍ଣ୍ଣେଲ୍ ରବର୍ଟ ଟେ ଓ ଯବାନ ସପଲ ଶମ୍ମୁଖ ରାଓଙ୍କ ମୃତ୍ୟୁ ହୋଇଯାଇଥିଲା । ଉଦ୍ଧାରକାରୀ ଦଳ ଅନ୍ୟ ୧୬ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ।

Related posts

କାଶୀ ବିଶ୍ୱନାଥଙ୍କ ଦର୍ଶନ କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

mahabharatanews

ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ବିଳମ୍ବ ହେବ

mahabharatanews

ସୁପ୍ରିମ କୋର୍ଟ ପରିସରରେ ସମ୍ବିଧାନ ମୁଖବନ୍ଧ ପାଠ

mahabharatanews