ଓଡିଶା

କ୍ୱାରାଣ୍ଟାଇନ୍ ସେଣ୍ଟରରେ ଶିଶୁ ଓ ମହିଳାଙ୍କୁ ଗୁରୁତ୍ଵ

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ହିଞ୍ଜିଳିକାଟୁ ପୌରାଞ୍ଚଳର ବିଭିନ୍ନ କ୍ୱାରାଣ୍ଟାଇନ୍ ସେଣ୍ଟର୍ ରେ ଥିବା ଅନ୍ତେବାସୀଙ୍କ ମନର ଅବସାଦ ଦୂର କରିବା ପାଇଁ ବିଭିନ୍ନ ଯୋଗ, ବ୍ୟାୟାମ ପ୍ରଶିକ୍ଷଣ ଦେଉଛନ୍ତି ସ୍ଵତନ୍ତ୍ର ଖେଳ ଶିକ୍ଷକ। ଦୈନିକ ସକାଳେ ଓ ସନ୍ଧ୍ୟାରେ କିଛି ଘଣ୍ଟା ଶାରିରୀକ ବ୍ୟାୟାମ, ନୀତି ଶିକ୍ଷା ସହ ପୌରାଣିକ କଥାବସ୍ତୁ ଏଲିଡି ଯୋଗେ ପ୍ରଦର୍ଶନ କରାଯାଉଛି । ଏହା ସହ ଛୋଟ ଛୋଟ ଶିଶୁଙ୍କୁ ଅଙ୍ଗନବାଡି କର୍ମୀମାନେ ଖେଳ ଉପକରଣ ଯୋଗାଇବା ସହ ସ୍ବାସ୍ଥ୍ୟ ସମ୍ପର୍କରେ ନଜର ରଖିଛନ୍ତି। ବିଭିନ୍ନ ଉପାୟ ହାତକୁ ନିଆଯାଇ ଅନ୍ତେବାସୀଙ୍କୁ ରୋଗ ସମ୍ପର୍କରେ ଅବଗତ କରିବା ସହ ମନୋରଞ୍ଜନ କରାଯାଉଥିବା ସିଡିପିଓ ଶୁଭଶ୍ରୀ ପାତ୍ର ପୌର କାର୍ୟ୍ୟନିର୍ବାହୀ ଅଧିକାରୀ ଡ. ମନୋରଂଜନ ସାହୁ କହିଛନ୍ତି । ଏହା ସହ ପୌରାଞ୍ଚଳରେ ଥିବା କ୍ୱାରାଣ୍ଟାଇନ୍ ସେଣ୍ଟର୍ ରେ ଅମାନିଆଙ୍କୁ ଜଗିବ ସିସି କ୍ୟାମେରା। କେତେକ ସ୍ଥାନ ରେ ଅମାନିଆମାନେ ବିଶୃଙ୍ଖଳା ଆଚରଣ ଦେଖାଉଥିବା ହେତୁ ଏଭଳି ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ବ୍ଲକର ବୁରୁପୋଡ଼ା,ଖଣ୍ଡରା କ୍ୱାରାଣ୍ଟାଇନ କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ଓ ହେଲ୍ପର ମାନେ ଅନ୍ତେବାସୀଙ୍କ ହାତ ଧୋଇବା ପ୍ରଣାଳୀ ଶିକ୍ଷା ଦେଉଛନ୍ତି।

Related posts

ବିଜୁଳି ମାଡ଼ରେ ଯୁବକର ମୃତ୍ୟୁ

mahabharatanews

ରାଜଧାନୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଲାଗିବ ଏୟାର ପ୍ୟୁରିଫାୟର୍

mahabharatanews

ଭଷ୍ମୀଭୂତ ହେଲା ୨ ବଖରା

mahabharatanews