Uncategorized

କରୋନା ମୁକାବିଲା ପାଇଁ ବିଶ୍ୱ ବ୍ୟାଙ୍କର ୧ ବିଲିୟନ ଡଲାର ସହାୟତା

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ବିଶ୍ୱ ବ୍ୟାଙ୍କ ଭାରତକୁ ଦେବ ଆର୍ଥିକ ସହାୟତା। ସରକାରୀ କାର୍ୟ୍ୟକ୍ରମ ପାଇଁ ବିଶ୍ୱ ବ୍ୟାଙ୍କ ଏକ ବିଲିୟନ ଡଲାର (୭୬୦୦କୋଟି ଟଙ୍କା) ପ୍ୟାକେଜ ଘୋଷଣା କରିଛି । ଏହି ପ୍ୟାକେଜ ସାମାଜିକ ସୁରକ୍ଷା ପ୍ୟାକେଜ୍ ହେବ । ଏହି ଅର୍ଥରେ ଦେଶରେ କରୋନା ଭାଇରସ୍ ରୋଗୀଙ୍କ ଉନ୍ନତ ସ୍କ୍ରିନିଂ, କୋଭିଡ -୧୯ ହସ୍ପିଟାଲର ନବୀକରଣ ଏବଂ ବିଲ୍ଡିଂ ଲ୍ୟାବ୍ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଇପାରିବ। ବିଶ୍ବ ବ୍ୟାଙ୍କ ପୂର୍ବରୁ ୨୫ ବିକାଶଶୀଳ ଦେଶକୁ ଏକ ପ୍ୟାକେଜ୍ ଦେବାକୁ ପ୍ରସ୍ତାବ ଦେଇଥିଲା ।
ଏହାପୂର୍ବରୁ ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ ଭାରତକୁ ଏକ ବିଲିୟନ ଡଲାରର ଜରୁରୀକାଳୀନ ସହାୟତା ଦେବାକୁ ଘୋଷଣା କରିଥିଲା । ଏହି ବ୍ୟାଙ୍କ୍ କହିଥିଲା ଯେ, କୋଭିଡ -୧୯ ର ସଂକ୍ରମଣ ରୋକିବାରେ ସହାୟତା ମିଳିବ ଏବଂ କରୋନା ଭାଇରସ୍ ମହାମାରୀ ଦ୍ୱାରା ହେବାକୁ ଥିବା ମାନବିକ, ସାମାଜିକ ତଥା ଅର୍ଥନୈତିକ କ୍ଷତି ହ୍ରାସ କରିବାରେ ଏହି ଋଣ ଦିଆଯାଉଛି ।
ସୂଚନାଯୋଗ୍ୟ, ଭାରତରେ କରୋନା ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଶୁକ୍ରବାର ସକାଳେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପରିସଂଖ୍ୟାନ ଅନୁସାରେ ଦେଶରେ ମୋଟ୍ କରୋନା ମାମଲା ପ୍ରାୟ ୮୨ ହଜାର ପାଖାପାଖି ପହଞ୍ଚିଛି । ମୋଟ୍ ମୃତ୍ୟୁ ସଂଖ୍ୟା ୨୬୫୦ରେ ପହଞ୍ଚିଛି ।

Related posts

ଜଙ୍ଗଲରେ ୨ ପିଲାଙ୍କ ମୃତ୍ୟୁକୁ ନେଇ ଗୁଣି ସନ୍ଦେହ

mahabharatanews

ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ, ୨ ପର୍ଯ୍ୟଟକଙ୍କ ମୃତ୍ୟୁ

mahabharatanews

ବୃଦ୍ଧି ପାଉଛି ହାତୀ ଆକ୍ରମଣ ,୩ ଗୁରୁତର 

mahabharatanews