Uncategorized

ଦିଲ୍ଳୀରେ ସ୍ୱଳ୍ପ ତିବ୍ରତାର ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏହି ଭୂକମ୍ପର ତିବ୍ରତା ଅତ୍ୟନ୍ତ ନଗ୍ନ ଥିଲ।। । ରିକ୍ଟର ସ୍କେଲରେ ଏହା ୨.୨ ତିବ୍ରତା ସୃଷ୍ଟି କରିଥିଲା । ଏହି ସ୍ବଳ୍ପ-ତୀବ୍ରତାସମ୍ପନ୍ନ ଭୂମିକମ୍ପ ଆଜି ପୂର୍ବାହ୍ନ ୧୧: ୨୮: ୫୨ ସମୟରେ ନୂଆଦିଲ୍ଲୀର ୧୩ କିଲୋମିଟର ଉତ୍ତରପଶ୍ଚିମରେ ସଂଘଠିତ ହୋଇଥିବା ନ୍ୟାସ୍‌ନାଲ୍ ସେଣ୍ଟର୍‌ ଫର୍ ସିସ୍ମୋଲଜି ସୂଚନା ଦେଇଛି ।
ସୂଚନାଯୋଗ୍ୟ, ଚଳିତ ମାସରେ ଦିଲ୍ଲୀରେ ଏହା ହେଉଛି ଚତୁର୍ଥ ଭୂମିକମ୍ପ। ମେ ୧୦ ତାରିଖରେ ମଧ୍ୟ ଦିଲ୍ଳୀରେ ୩. ୪ ତୀବ୍ରତାସମ୍ପନ୍ନ ଗୋଟାଏ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ଉତ୍ପତ୍ତିସ୍ଥଳ ଥିଲା ଉତ୍ତରପୂର୍ବ ଦିଲ୍ଲୀର ୱାଜିରପୁର ପାଖରେ। ଗତ ଏପ୍ରିଲ୍ ୧୨ ଏବଂ ୧୩ ତାରିଖରେ ମଧ୍ୟ ଦିଲ୍ଲୀ ଏହି ଅଞ୍ଚଳ ଓ ତା’ର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ଥିଲା ଯଥାକ୍ରମେ ୩.୫ ଏବଂ ୨.୭। ପାଞ୍ଚଟି ଭୂମିକମ୍ପପ୍ରବଣ ଜୋନ୍ ମଧ୍ୟରୁ ଦିଲ୍ଲୀ ୪ର୍ଥ ଜୋନରେ ଅବସ୍ଥିତ।

Related posts

ଗତ ମାସରେ ୮୫ ନବଜାତକଙ୍କ ମୃତ୍ୟୁ ଅହମଦାବାଦ ହସ୍ପିଟାଲରେ ହୋଇଛି

mahabharatanews

ଏଠାରେ ବିଶ୍ୱର ସର୍ବବୃହତ ପକ୍ଷୀ ମୂର୍ତ୍ତି ରହିଛି

mahabharatanews

ଶ୍ମଶାନ ଗୃହ ଭୁଶୁଡା ମାମଲା: ୩ ଜଣ ଗିରଫ

mahabharatanews