Uncategorized

ପବନରେ ବି ବ୍ୟାପିପାରେ କରୋନା ଭୂତାଣୁ

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ତାର ସ୍ଥିତି ଜାହିର କରିଚାଲିବା ସହ ତାର ଲକ୍ଷଣ ଓ ସଂକ୍ରମଣର ବାଟ ମଧ୍ୟ ବଦଳେଇ ଚାଲିଛି । କଥାବାର୍ତ୍ତା ସମୟରେ ମଧ୍ୟ ଏହା ସଂକ୍ରମିତ କରିଥାଏ ବୋଲି ନିକଟରେ ଏକ ନୂଆ ଗବେଷଣାରୁ ଜାଣିବାକୁ ମିଳିଛି । ଗବେଷଣା ତଥ୍ୟ ଅନୁଯାୟୀ, କଥା‌ବାର୍ତ୍ତା ସମୟରେ ପାଟିରୁ ବାହାରୁଥିବା ବାୟୁ ଓ ଜଳୀୟ ଅଂଶ ଜରିଆରେ ବି କୋଭିଡ୍‌-୧୯ ଆକ୍ରାନ୍ତ ଆଶଙ୍କା ରହିଛି। କଥା ହେଲା ବେଳେ ପାଟିରେ ସୃଷ୍ଟି ହେଉଥିବା ମାଇକ୍ରୋଡ୍ରପ୍‌ଲେଟ୍‌ସ ପବନରେ ମିଶିବା ସହ କରୋନା ଭାଇରସ୍‌କୁ ଖେଳାଇବାର କାରଣ ହୋଇପାରେ।
ଗବେଷଣାରୁ ଆହୁରି ଜଣାପଡିଛି, ଭାଇରସ୍‌ ପବନରେ ପ୍ରାୟ ୧୨ ମିନିଟ୍‌ ପର୍ୟ୍ୟନ୍ତ ଜୀବିତ ରହିଥାଏ । ଗବେଷକଙ୍କ ଅନୁସାରେ କଥା ‌ହେବା ଦ୍ବାରା ୮ ମିନିଟ୍‌ ଭିତରେ ହଜାର ହଜାର ମାଇକ୍ରୋଡ୍ରପ୍‌ଲେଟ୍‌ସ ବାହାରି ପବନକୁ ସଂକ୍ରମିତ କରାଇପାରେ।
ପୂର୍ବରୁ କୁହାଯାଉଥିଲା, କରୋନା ପବନରେ ବ୍ୟାପୁଥିବା ପରି ଏକ ଭାଇରସ୍‌ ନୁହେଁ । ଆହୁରି କୁହାଯାଇଥିଲା ଯେ ଏହି ଭାଇରସ୍‌ କେବଳ ଆଖି, ନାକ, ପାଟି ଓ କାନ ଦେଇ ଦେହ ଭିତରକୁ ପ୍ରବେଶ କରିଥାଏ ।

Related posts

ରମଜାନର ଶେଷ ୫ ଦିନ ୨୪ ଘଣ୍ଟିଆ କଫ୍ୟୁ ଜାରିକରିବ ସାଉଦି ଆରବ

mahabharatanews

ସେଓ ରାବିଡ଼ି

mahabharatanews

ଦେଶରେ ଦିନକରେ ୬୮ ହଜାର ୮୯୮ ନୁଆ ଆକ୍ରାନ୍ତ

mahabharatanews