ଓଡିଶା

ଏନଟିପିସି, କଣିହାଁ ପ୍ରକଳ୍ପ ୩ୟ ଥର ବିଦ୍ୟୁତ୍ ଉତ୍ପାଦନରେ କଲା ରେକଡ୍

(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ଏନଟିପିସି ଦିପଶିଖା, କଣିହାଁ ପ୍ରକଳ୍ପ ଗତ ଗୁରୁବାର ଚଳିତ ମାସରେ ୩ୟ ଥର ପାଇଁ ଶତ ପ୍ରତିଶତ ବିଦ୍ୟୁତ୍ ଉତ୍ପାଦନ କରିପାରିଛି । କରୋନା ଭାଇରସ୍ ମହାମାରୀ ବେଳେ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିନ୍ତ କରିବା ପାଇଁ ପ୍ରକଳ୍ପରେ ନିୟୋଜିତ ପାୱାର ଇଂଜିନିୟର ମାନଙ୍କର କର୍ତ୍ତବ୍ୟନିଷ୍ଠା ତଥା ନିରବଛିନ୍ନ କାର୍ଯ୍ୟ ଶୈଳି ଯୋଗୁଁ ଏନଟିପିସି, କଣିହାଁ ପ୍ରକଳ୍ପ ଶତ ପ୍ରତିଶତ (ପିଏଲଏଫ)ବିଦ୍ୟୁତ୍ ଯୋଗାଣ ଦେଇପାରିଛି । ଏତଦ୍ବ୍ୟତିତ ଉକ୍ତ ପ୍ରକଳ୍ପରେ କାର୍ଯ୍ୟରତ କର୍ମଚାରୀ, ଠିକା ଶ୍ରମିକ ମାନେ ବହୁ ସତର୍କତା ସହିତ କାମକରି ଓଡିଶାର ଏହି ବୃହତ ବିଦ୍ୟୁତ ଶିଳ୍ପ ସର୍ବୋଚ୍ଚ କ୍ଷମତା ବ୍ୟବହାର ପ୍ରଦର୍ଶନ କରିଛି । ଇନଫରମେସନ ଟେକ୍ନୋଲଜି ର ସହାୟତା ନେଇ ସିଫ୍ଟ କାର୍ଯ୍ୟରେ କର୍ମଚାରୀ ଓ ଚୁକ୍ତି ଭିତିକ ଶ୍ରମିକ ମାନଙ୍କ ଜରୀଆରେ ଏହି ସଫଳତା ହାସଲ କରିପାରିଛି । ଏଥିପାଇଁ ପ୍ରକଳ୍ପ ପକ୍ଷରୁ ସବୁ ସୁବିଧା ଯୋଗାଇବା ସହ ପ୍ରକଳ୍ପ ସମସ୍ତ ପଦକ୍ଷେପ ନିଆଯାଇଥିବା ପ୍ରକାଶ । କର୍ମଚାରୀ ଓ ଚୁକ୍ତି ଭିତିକ ଶ୍ରମିକ ମାନଙ୍କ ପାଇଁ ୧୫ହଜାର ମାକ୍ସ ଏବଂ ସ୍ଥାନୀୟ ପାରିପାର୍ଶିକ ଗ୍ରାମାଚଂଳ ଗାଁ ଗୁଡିକୁ ସିଏସ୍ଆର ଜରୀଆରେ ମୋଟ୍ ୨୫ହଜାର ମାକ୍ସ ବିତରଣ କରିଛି । ସାମାଜିକ ଦାୟିତ୍ୱ ବାଜାୟ ରଖିବା ସହିତ ପ୍ରକଳ୍ପ, କଲୋନୀ, ଅନେକ ସର୍ବସାଧାରଣ ସ୍ଥାନରେ ବିଶୋଧନ ପ୍ରକିୟା ଜାରୀ ରଖିଛି ବୋଲି ଏନଟିପିସି ଲୋକ ସମ୍ପର୍କ ଅଧିକାରୀ ଅମିତ ବେହେରାଙ୍କ ସୂତ୍ରରୁ ପ୍ରକାଶ ।

Related posts

ସରକାରୀ ସହାୟତା ନପାଇ ସାଲେପୁରରେ ଚାଷୀ ହତାଶ

mahabharatanews

ରାଜ୍ୟରେ କମିଛି କରୋନା ସଂକ୍ରମଣ ; ୪୮୭ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ

mahabharatanews