Uncategorized

ଦେଶରେ କରୋନା ଆକ୍ରାନ୍ତ ୮୫ ହଜାର

ନୂଆଦିଲ୍ଲୀ: ମେ ୧୬ ତାରିଖ ସକାଳ ୮ଟା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯୭୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୦୩ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ ମୋଟ ୮୫୯୪୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ୨୭୫୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି, ୩୦୧୫୨ ସୁସ୍ଥ ହୋଇଛନ୍ତି ଓ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି ।
ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଏପର୍ଯ୍ୟନ୍ତ ମହାରାଷ୍ଟ୍ର ଆଗରେ ରହିଚି । ମହାରାଷ୍ଟ୍ରରେ ୧୦୬୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ୬୦୬ ଜଣ, ମଧ୍ୟପ୍ରଦେଶରେ ୨୩୯ ଜଣ, ପଶ୍ଚମବଙ୍ଗରେ ୨୨୫ ଜଣ, ଦିଲ୍ଲୀରେ ୧୨୩ ଜଣ, ଆନ୍ଧ୍ରପ୍ରଦେଶରେ ୪୮ ଜଣ, ଆସାମରେ ୨ ଜଣ, ବିହାରରେ ୭ ଜଣ, ଚଣ୍ଡିଗଡ଼ରେ ୩ ଜଣ, ହରିୟାଣାରେ ୧୧ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ ଓ କଶ୍ମୀରରେ ୧୧ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୬ ଜଣ, କେରଳରେ ୪ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୩ ଜଣ, ପୁଦ୍ଦୁଚେରୀରେ ୧ଜଣ ପଞ୍ଜାବରେ ୩୨ ଜଣ, ରାଜସ୍ଥାନରେ ୧୨୫ ଜଣ, ତାମିଲନାଡୁରେ ୭୧ ଜଣ, ତେଲେଙ୍ଗାନାରେ ୩୪ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୯୫ ଜଣ ଙ୍କ ମୃତ୍ୟୁ ହୋଇଛି ।

Related posts

ହଲିଉଡ ପ୍ରଡ୍ୟୁସରଙ୍କ ଆତ୍ମହତ୍ୟା

mahabharatanews

ହୋଲି ଛୁଟିରେ ଅବକାଶ ପୀଠ କାର୍ଯ୍ୟକରିବ: ସୁପ୍ରିମକୋର୍ଟ

mahabharatanews

ଚର୍ମ ରୋଗରୁ ମୁକ୍ତି ପାଇଁ ଆୟୁର୍ବେଦିକ ଉପଚାର

mahabharatanews