Uncategorized

ଲକଡାଉନରେ ମୋଦୀଙ୍କ ଲୋକପ୍ରିୟତା ବଢିଛି: ନ୍ୟୁୟର୍କ ଟାଇମ୍ସ

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ବିଶ୍ୱ ଆତଙ୍କିତ ହୋଇ ପଡିଛି । ଦେଶରେ ମଧ୍ୟ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଲୋକେ ଲକଡାଉନରେ ନାନା ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି । ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକଙ୍କ ଧାଡି ରାଜରାସ୍ତାକୁ ଆବୋରି ବସିଛି ।ଏପରି ସମୟରେ କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଲୋକପ୍ରିୟତା ବେଶ୍ ବୃଦ୍ଧି ପାଇଛି । ଆମେରିକୀୟ ଖବରକାଗଜ ‘ନ୍ୟୁୟକ୍ ଟାଇମସ୍’ ତଥ୍ୟ ଅନୁଯାୟୀ କରୋନା ମୁକାବିଲାକକୁ ନେଇ ମୋଦୀଙ୍କ ଲୋକପ୍ରିୟତା ଦେଶରେ ବୃଦ୍ଧି ପାଇଥିବା କୁହାଯାଇଛି ।
ନ୍ୟୁୟର୍କ ଟାଇମ୍‌ସ୍ ମୋଦୀଙ୍କୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍ ଏବଂ ରୁଷୀୟ ରାଷ୍ଟ୍ରପତି ଭ୍ଲଦିମିର ପୁଟିନ୍‌ଙ୍କ ପରି ବିଶ୍ବ ନେତାଙ୍କ ସହ ତୁଳନା କରିଛି। ନ୍ୟୁୟର୍କ ଟାଇମ୍‌ସ୍ ଆହୁରି ଲେଖିଛି, ମୋଦୀ ଜଣେ ଏକଚ୍ଛତ୍ରବାଦୀ ନ ହୋଇ ସଙ୍ଗଠକ ହୋଇଥିବାରୁ କୋଭିଡ୍-୧୯ ସଙ୍କଟ ସମୟରେ ସେ ଯେତେବେଳେ ଯେଉଁ ଆହ୍ବାନ ଦେଇଛନ୍ତି, ଲୋକେ ତାହା ପାଳନ କରିଛନ୍ତି। ସେ ଜନତା କର୍ଫ୍ୟୁ ହେଉ କି, ଲକ୍‌ଡାଉନ୍ ହେଉ, ଦୁଆରେ ତାଳି ମାରିବା ହେଉ କି, ଦୀପ ଜାଳିବା, ତାଙ୍କ କହିବା ମାତ୍ରେ ଲୋକେ ତାହା ପାଳନ କରିଛନ୍ତି । ଏହା ତାଙ୍କ ଲୋକପ୍ରିୟତାକୁ ପ୍ରମାଣିତ କରିଛି ।

Related posts

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଶାରଫ

mahabharatanews

ଫସିଥିବା ପ୍ରବାସୀଙ୍କୁ ଘରେ ପହଂଚାଇବା ପର୍ୟ୍ୟନ୍ତ ସମସ୍ତ ଖର୍ଚ୍ଚ ଦେବେ କେଜ୍ରିୱାଲ ସରକାର

mahabharatanews

ବଡଗାମ ଜିଲ୍ଲାରେ ୨ ଆତଙ୍କୀ ନିହତ

mahabharatanews