Uncategorized

କେନ୍ଦ୍ର କଟକଣାକୁ ରାଜ୍ୟ କୋହଳ କରି ପାରିବେ ନାହିଁ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା କଟକଣାଗୁଡ଼ିକୁ ରାଜ୍ୟ ସରକାରମାନେ କୋହଳ କରିପାରିବେ ନାହିଁ । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ପତ୍ର ମାଧ୍ୟମରେ ସ୍ପଷ୍ଟ କରାଯାଇଛି । ଏଥିନେଇ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖି ଜଣାଇଛନ୍ତି । ସମସ୍ତଙ୍କ ମତାମତ ନିଆଯିବା ପରେ କେନ୍ଦ୍ର ସରକାର ୪ର୍ଥ ପର୍ୟ୍ୟାୟ ଲକଡାଉନ ପାଇଁ ନିଷ୍ପତ୍ତି ନେଇଥିଲେ । ସବୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ପରେ ହିଁ ଲକଡାଉନ ଗାଇଡଲାଇନ ଧାର୍ୟ୍ୟକରାଯାଇଥିଲା । ତେଣୁ ଏହି କଟକଣାକୁ ରାଜ୍ୟ ସରକାର କୋହଳ କରି ପାରିବେ ନାହିଁ ।
ପତ୍ରରେ ସ୍ପଷ୍ଟ କୁହାଯାଇଛି କି, ଜାରି ଗାଇଡଲାଇନକୁ ରାଜ୍ୟ ସରକାରମାନେ କୋହଳ କରିପାରିବେ ନାହିଁ । କୌଣସି ସ୍ଥାନର ସ୍ଥିତିକୁ ଦେଖି ସେମାନେ ଏସବୁ କଟକଣା ସହ ନୂଆ କଟକଣା ଲାଗୁ କରି ପାରିବେ । ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ସଂପର୍କରେ ନିଷ୍ପତ୍ତି ନେଇପାରିବେ ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଗତକାଲି ଲକଡାଉନ ସମୟ ସୀମାକୁ ମେ ୩୧ ପର୍ୟ୍ୟନ୍ତ ବଢାଇଦେଇଥିଲେ । ଏହା ସହିତ କଟକଣା ନିୟମରେ କେତେକ ପରିବର୍ତନ କରାଯାଇଥିଲା ।

Related posts

ବରିଷ୍ଠ ଆରଏସଏସ ପ୍ରଚାରକ ପି ପରମେଶ୍ୱରମଙ୍କ ପରଲୋକ

mahabharatanews

କାଜାକସ୍ତାନରେ ବିମାନ ଦୁର୍ଘଟଣା, ୧୪ ଯାତ୍ରୀଙ୍କ ମୃତ୍ୟୁ

mahabharatanews

୯୭ ବର୍ଷୀୟା ବୃଦ୍ଧା ପଞ୍ଚାୟତ ନିର୍ବାଚନରେ ବିଜୟୀ

mahabharatanews