ଓଡିଶା

ନରେନ୍ଦ୍ରକୋଣ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ପୁରୀ ଜିଲ୍ଲାପାଳ

(ଜୟନ୍ତ ସେଠି/ ଗୋପ): ପୁରୀ ଜିଲ୍ଲାରୁ ୪ ନୂଆ କରୋନା ପଜିଟିଭ ସୋମବାର ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପିପିଲି ଓ କୋଣାର୍କ ଏନ୍ଏସିରୁ ଜଣେ ଜଣେ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨ଜଣ ପୁରୀ ସହରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୩ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ପୁରୀ ସହରରୁ ଚିହ୍ନଟ ଜଣେ ଯୁବକ ଚିହ୍ନଟ ହୋଇଛନ୍ତି। ସେ ଯୁବକ ଜଣକ ନରେନ୍ଦ୍ରକୋଣ ଅଞ୍ଚଳର ବୋଲି ପୁରୀ ଜିଲାପାଳ ବଲଓ୍ବନ୍ତ ସିଂହ ସୂଚନା ଦେଇଛନ୍ତି। ସହରରୁ ଚିହ୍ନଟ ଯୁବକ ଏକ ଚୋରି ମାମଲାରେ କୁମ୍ଭାରପଡ଼ା ଥାନା ପୋଲିସ ଦ୍ୱାରା ଗିରଫହୋଇ କୋର୍ଟଚାଲାଣ ହୋଇଥିବା ବେଳେ ତାଙ୍କର ରିପୋର୍ଟ ପଜିଟିଭ ବାହାରିଛି। ତେଣୁ ନରେନ୍ଦ୍ରକୋଣ ଅଞ୍ଚଳ ସହିତ ଗ୍ରାଣ୍ଡ ରୋଡ଼ ମାର୍କେଟ ଛକ ଠାରୁ ଅକ୍ଷୟ ପାତ୍ର ଲେନ ,ଗ୍ରାଣ୍ଡ ରୋଡ ପୁରୀ ଭାୟା ନରେନ୍ଦ୍ର କୋଣ ଲେନ ,ନରେନ୍ଦ୍ରକୋଣ ଛକ ,ବ୍ରହ୍ମା ଯାଗା ମହାବୀର ମନ୍ଦିର ଛକ ଅଞ୍ଚଳ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରା ଯାଇଛି। ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପୁରୀ ଜିଲ୍ଲା ପ୍ରଶାସନ। ଏହାର ଆଖପାଖ ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି। ଏତଦ୍ବ୍ୟତିତ ସମ୍ପୃକ୍ତ ଯୁବକଙ୍କୁ ଜିଲ୍ଲା ଦୌରାଜଜ୍ଙ୍କ ଅଦାଲତରେ ହାଜର କରାଯାଇଥିବାରୁ ଜିଲ୍ଲା ଦୌରାଜଜ୍ଙ୍କ ଅଦାଲତକୁ ମଧ୍ୟ ବିଶୋଧନ କରାଯାଇଛି।

Related posts

ପୁରୀରେ ପହଞ୍ଚିଲା ରଥ ଦଉଡ଼ି

mahabharatanews

ଓପିଟିସିଏଲ ଟେକ ଟାୱାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଉତ୍କଳ ଆଲୁମିନା କମ୍ପାନୀ ବିରୁଦ୍ଧରେ ଧାରଣା

mahabharatanews