ଓଡିଶା

ଝୁଲନ୍ତା ଅବସ୍ଥାରେ ଗଛରୁ ଯୁବକଙ୍କ ମୃତ ଶରୀର ଉଦ୍ଧାର

(କଣିହାଁ/ ଜ୍ୟୋତିରଂଜନ ଧର): ଅନୁଗୋଳ ଜିଲ୍ଲା ଚିତଲପୁର ଗ୍ରାମର ଜଣେ ଯୁବକଙ୍କ ମୃତ ଶରୀର ସୋମବାର ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । କଣିହାଁ ପୁଲିସ୍ ଖବର ପାଇ ଆଜି ଅପରାହ୍ନରେ ଚିତଲପୁର ହର୍ଷତଇଲାସ୍ଥିତ ଏକ ଆମ୍ବଗଛରୁ ଯୁବକଙ୍କ ମୃତ ଶରୀର ଉଦ୍ଧାର କରି ଜବତ କରିଛି । ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ଜିତେନ୍ଦ୍ର ବେହେରା(୨୬ବର୍ଷ) । ସୂଚନାରୁ ପ୍ରକାଶ ଯେ, ଆଜି ଜିତେନ୍ଦ୍ର ନିକଟସ୍ଥ ଏକ ପଖୋରୀ କୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ଫଳରେ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ସେହି ପଖୋରୀକୁ ପୋଡଶୀ ଲୋକ ଗାଧୋଇବାକୁ ଯାଇଥିବା ବେଳେ ସ୍ଥାନୀୟ ଚିତଲପୁର ହର୍ଷତଇଲାସ୍ଥ ଏକ ଆମ୍ବ ଗଛରେ ଜିତେନ୍ଦ୍ରଙ୍କ ଝୁଲନ୍ତା ଶବ ଦେଖିଥିଲେ । ପରେ ପରିବାର ଲୋକ କଣିହାଁ ପୋଲିସ୍ କୁ ସୂଚନା ଦେଇଥିଲେ । ୪ମାସ ପୂର୍ବରୁ ଜିତେନ୍ଦ୍ର ପ୍ରେମ ବିବାହ କରିଥିଲେ । ଚିତଲପୁର ଗ୍ରାମର ସଂସାର ବେହେରାଙ୍କ ଝିଅ ଶିଲା ବେହେରା । କିନ୍ତୁ ପରିବାର ଲୋକ ଉଭୟଙ୍କ ବିବାହକୁ ବିରୋଧ କରିଥିଲେ ବୋଲି ସ୍ଥାନୀୟ ଲୋକେ କୁହନ୍ତି । ସେହିପରି କଣିହାଁ ପୁଲିସ୍ ହସ୍ତକ୍ଷେପ କରିବା ଫଳରେ ସେମାନଙ୍କ ବିବାହ ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ହୋଇଥିଲା । ଘରର ସଦସ୍ୟ ସେମାନଙ୍କ ବିବାହକୁ ନେଇ ଅଶାନ୍ତିର ବାତାବାରଣ ଦେଖାଦେଇଥିଲା । ଫଳରେ ସେହିଦିନ ଠାରୁ ଜିତେନ୍ଦ୍ର ମାନସିକ ଚାପରେ ଥିଲେ ବୋଲି କୁହନ୍ତି ସ୍ଥାନୀୟ ଅଧିବାସୀ । ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜ କରି ତାଳଚେର ଉପଖଣ୍ଡ ମେଡିକାଲକୁ ଶବ ବ୍ୟବଛେଦ କରବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଅଧିକ ଅନୁସନ୍ଧାନ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି କଣିହାଁ ଆଇଆଇସି ପ୍ରଭାତ କୁମାର ତ୍ରିପାଠି କହିଛନ୍ତି ।

Related posts

ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ନ କରି ଏସଆଇ ନିଲମ୍ବିତ

mahabharatanews

ଆଉ ୫ ଜିଲ୍ଲାରେ ଲକ୍ଷ୍ମୀ ବସ୍

mahabharatanews

ପ୍ରତିଶ୍ରୁତି ପରେ ଟୋଲକ ବେଡା ଗ୍ରାମବାସୀଙ୍କ ଧାରଣା ପ୍ରତ୍ୟାହୃତ

mahabharatanews