ଓଡିଶା

ପ୍ରବାସୀ ଓଡ଼ିଆ ବଦଳାଇ ଦେଇଛନ୍ତି ସଙ୍ଗରୋଧ କେନ୍ଦ୍ରର ଚିତ୍ର

(ରଜନୀକାନ୍ତ ପାତ୍ର/ ହିଞ୍ଜିଳି): ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ୍ ଧୂମୂଛାଇ ପଞ୍ଚାୟତର କେବିରୀ ବ୍ରହ୍ମପୁର ପିୟୁପିଏସ୍ ବିଦ୍ୟାଳୟରେ ଥିବା ଦୁଇ ପ୍ରବାସୀ ଓଡ଼ିଆଙ୍କ ସଙ୍ଗରୋଧ କେନ୍ଦ୍ରର କାନ୍ଥରେ ଆଙ୍କି ଥିବା ଚିତ୍ର ଆଜି ସଭିଙ୍କ ପାଇଁ ଉଦାହରଣ ପାଲଟିଯାଇଛି। କାନ୍ଥ ଉପରେ ଆଙ୍କି ଥିବା ଦେଶର ମହାପୁରୁଷଙ୍କ ଅବିକଳ ଛବି ବିଦ୍ୟାଳୟର ଚିତ୍ରକୁ ହିଁ ବଦଳାଇଦେଇଛି। ଏହି ବିଦ୍ୟାଳୟକୁ ଗତ ୧୩ ତାରିଖରେ ତାମିଲନାଡ଼ୁର କୋଏମ୍ବାଟୁର୍ରୁ ୫୧ ଜଣ ଓ ହାଇଦ୍ରାବାଦରୁ ୯ଜଣ ମୋଟ ୬୦ଜଣ ଆସି ସଙ୍ଗରୋଧରେ ଅଛନ୍ତି। ତେବେ ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁର ପୂର୍ଣ୍ଣଚନ୍ଦ୍ର ଡାକୁଆ (୨୬) ଓ ପାଲକଷଣ୍ଢା ଗ୍ରାମର ସନ୍ତୋଷ କୁମାର ଜେନା (୨୬) ଏଠାରେ ପହଞ୍ଚିବା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବ୍ରତ ପାତ୍ରଙ୍କୁ ରଙ୍ଗ ଡବା ଓ ତୂଳୀ ଆଣିବା ଲାଗି ନିବେଦନ କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ପାତ୍ର ବି ସେମାନଙ୍କୁ ମନ ଭାଙ୍ଗି ନଥିଲେ । ଶିକ୍ଷକ କଲର ଓ ତୁଳି ଦେବା ପରେ ଏହି ଦୁଇ ଯୁବକ ବିଭିନ୍ନ ମହାପୁରୁଷଙ୍କ ଚିତ୍ର ଆଙ୍କିବାରେ ନିମଗ୍ନ ରହୁଛନ୍ତି। ତିନିଦିନ ଭିତରେ ସେମାନେ ମହାତ୍ମାଗାନ୍ଧୀ, ଭଗତ୍ ସିଂ, ଭାରତ ମାତା ଓ ବିଭିନ୍ନ ତୀର୍ଥସ୍ଥାନର ଚିତ୍ର ଆଙ୍କି ସାରିଛନ୍ତି। ଆଉ ଅନ୍ୟ ପ୍ରବାସୀ ମାନେ ମଧ୍ୟ ସେମାନଙ୍କୁ ସହଯୋଗ କରୁଛନ୍ତି। ଉଭୟଙ୍କ ଏହି ପ୍ରୟାସକୁ ସରପଞ୍ଚ ମନୋଜ କୁମାର ପ୍ରଧାନ ଓ ପ୍ରଧାନଶିକ୍ଷକ ଶ୍ରୀ ପାତ୍ର, ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଓ ବିଡିଓ ଶଶିଭୂଷଣ ମହାପାତ୍ର ପ୍ରଶଂସା କରିବା ସହ ଏହା ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଛନ୍ତି। ସେହିପରି ଅନ୍ୟ ପ୍ରବାସୀ ମାନେ ବିଦ୍ୟାଳୟକୁ ସଫେଇ କରୁଛନ୍ତି ଆମ ଜୀବନର ଏକ ଅଭୁଲା ସ୍ମୃତି। ହେଲେ ଏହି ବିଦ୍ୟାଳୟରେ ମହାପୁରୁଷଙ୍କ ଚିତ୍ର ଆଙ୍କି ଆମେ ପିଲାଙ୍କ ହୃଦୟରେ ଛାପ ଛାଡ଼ିଯିବୁ। ବୋଲି ପ୍ରବାସୀ ଓଡିଆମାନେ କହିଛନ୍ତି ।

Related posts

ବିଶି‌ଷ୍ଟ ନାଟ୍ୟକାର ଓ ସଂଳାପକାର ରଣଜିତ୍‌ ପଟ୍ଟନାୟକଙ୍କର ହୃଦ୍‌ଘାତରେ ପରଲୋକ

mahabharatanews

ଅପରାଧୀଙ୍କ ବିରୁଦ୍ଧରେ ଲଢିବ ସରାଇ

mahabharatanews

ରାଜ୍ୟରେ ପୁଣି ହେବ ଆଣ୍ଟିବଡି ଟେଷ୍ଟ

mahabharatanews