ଓଡିଶା

ଜଳେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଜଣେ ମହିଳା

ଜଳେଶ୍ୱେର / ଅଜିତ ସାହୁ :ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇଲେ ଜଣେ ମହିଳା । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ରେ ଦେଖିବାକୁ ମିଳିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଡମ୍ଫର ଘଟଣା ସ୍ଥଳରେ ବାଇକକୁ ଧକ୍କା ଦେଇଥିଲା ଯାହା ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା । ଉକ୍ତ ଘଟଣା ସ୍ଥଳରେ ହିଁ ମହିଳା ଜଣଙ୍କର ମୃତ୍ୟୁ ହେବା ସହ ଆଉ ଦୁଇ ଜଣ ଗୁରୁତ୍ୱର ହୋଇ ପଡିଥିଲେ । ତେବେ ମୃତ ମହିଳା ଜଣକ ହେଉଛନ୍ତି ଜଳେଶ୍ୱେର ତାଳିଆଗଛ ଗ୍ରାମର ରଜୁଂଲତା ବେହେରା । ସେପଟେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ମାରିଥିବା ବେଳେ, ବସ୍ତା ପୋଲିସ ଏବଂ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ୟାନ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।

Related posts

ନିଜେ ଚୋର ହୋଇ ଲୁଟ ହେଇଥିବା ଅଭିଯୋଗ କଲେ

mahabharatanews

ସିଆରପିଏଫ ଡିଜିପି ହେଲେ ଅମ୍ରିତ ମୋହନ ପ୍ରସା

mahabharatanews

ଜଳିଗଲା କୋଟିକୋଟି ଟଙ୍କାର ପାଣି ପାଇପ

mahabharatanews