ଭୁବନେଶ୍ୱର: ରାଜଧାନୀର ଗୋଟିଏ ଗ୍ୟାସ୍ ଏଜେନ୍ସିର ଷ୍ଟୋର୍ କିପର୍ କରୋନା ଆକ୍ରାନ୍ତ ହୋଇଛନ୍ତି। ସଂପୃକ୍ତ ଗ୍ୟାସ୍ ଏଜେନ୍ସିରେ କାର୍ୟ୍ୟ କରୁଥିବା ଅନ୍ୟ ୫ଜଣ ସହକର୍ମୀମାନଙ୍କୁ ସଙ୍ଗରୋଧରେ ରଖାଯାଇଥିବା ଜଣାପଡ଼ିଛି । ଭୁବନେଶ୍ୱରର ଚନ୍ଦ୍ରଶେଖର ଅଞ୍ଚଳରେ ସଂପୃକ୍ତ ଯୁବକ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସଂପୃକ୍ତ ଏଜେନ୍ସିରୁ କାହା ଘରସବୁ ଗ୍ୟାସ୍ ଡେଲିଭରି ହୋଇଛି ତାହାର ଅନୁସନ୍ଧାନ ଜାରି ରହିଛି ।
ଭୁବନେଶ୍ବର ବ୍ଲକ୍ କଲ୍ୟାଣପୁର ପଞ୍ଚାୟତ ଅଧୀନ କଳାଝରୀ ଗ୍ରାମ ନିକଟରେ ଥିବା ଏକ ଗ୍ୟାସ୍ ଏଜେନ୍ସିରେ ସଂପୃକ୍ତ ଯୁବକ କାମ କରନ୍ତି । ସୂଚନା ପାଇ ସ୍ଥାନୀୟ ସରପଞ୍ଚ ପ୍ରଭାସିନୀ ସାସମଲ ତୁରନ୍ତ ଆକ୍ରାନ୍ତ ରହୁଥିବା ସ୍ଥାନରେ ପହଞ୍ଚି ପ୍ରଶାସନ ଓ ପୁଲିସ୍ ସହଯୋଗରେ ଆକ୍ରାନ୍ତଙ୍କୁ କିମ୍ସ କୋଭିଡ଼୍ ହସ୍ପିଟାଲ୍ରେ ଭର୍ତ୍ତି କରାଇଛନ୍ତି। ସ୍ବତନ୍ତ୍ର ଦଳ ଗ୍ରାମରେ ପହଞ୍ଚି ଆକ୍ରାନ୍ତଙ୍କଠାରୁ ତଥ୍ୟ ସଂଗ୍ରହ କରି ସେ ବ୍ୟବହାର କରୁଥିବା ଗାଡ଼ି ଓ ନିକଟ ଅଞ୍ଚଳରେ ବୁଲାବୁଲି କରୁଥିବା ବଜାରକୁ ସିଲ୍ କରାଯାଇଛି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଥାନା ପୁଲିସ୍ ପହଞ୍ଚି ଗ୍ୟାସ୍ ଏଜେନ୍ସିକୁ ସିଲ୍ କରିବା ସହ ସେଠାରେ କାମ କରୁଥିବା ଅନ୍ୟ କର୍ମଚାରୀମାନଙ୍କୁ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦେଇଛି ।
previous post
