Uncategorized

ନିର୍ମାଣାଧୀନ ଏକ ବିମାନ ବନ୍ଦରରୁ ୩୫ ହଜାର ବର୍ଷ ତଳର ମାମାଥ କଙ୍କାଳ ଉଦ୍ଧାର

ମେକ୍ସିକୋ: ମେକ୍ସିକୋ ସହର ନିକଟରେ ନିର୍ମାଣାଧୀନ ଏକ ବିମାନ ବନ୍ଦରରୁ ପ୍ରତ୍ନତତ୍ତ୍ବବିତ୍‌ମାନେ ୬୦ରୁ ଅଧିକ ବିରାଟକାୟ ଲୋମସ ବିରାଟକାୟ ହାତୀ (ମାମାଥ୍) କଙ୍କାଳ ଉଦ୍ଧାର କରିଛନ୍ତି । ମେକ୍ସିକୋର ‘ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆନ୍ଥ୍ରାପଲୋଜି ଆଣ୍ଡ୍ ହିଷ୍ଟ୍ରି’ର ପିଟ୍ରୋ ଫ୍ରାନ୍ସିସ୍କୋ ସାନ୍‌ସେଜ୍ ନାଭା କହିଛନ୍ତି, ଏ ସବୁ ହାଡ଼ କଲମ୍ବୀୟ ମମଥ୍ ପ୍ରଜାତିର। ସେଗୁଡ଼ିକ ପ୍ରାୟ ୩୫ ହଜାର ବର୍ଷ ତଳର ବୋଲି ବିଶ୍ବାସ ହେଉଛି।
ଡିସେମ୍ବର ୨୦୧୯ରେ ମେସ୍କିକୋର ନୃତତ୍ବବିତ୍‌ମାନେ ଏହି ସ୍ଥାନରୁ ୧୫ ହଜାର ବର୍ଷ ତଳର ମାମଥ୍ ଧରିବାକୁ ମଣିଷମାନେ ଖୋଳିଥିବା ଦୁଇଟି ଗାତର ସନ୍ଧାନ ପାଇଥିଲେ। ଏହାଛଡ଼ା, ସେହି ସ୍ଥାନରୁ ଗୟଳ, ଓଟ, ଘୋଡ଼ା ଏବଂ ନରକଙ୍କାଳ ଥିବା ସମାଧି ମଧ୍ୟ ବାହାରିଥିଲା। ବିମାନ ବନ୍ଦର ଗଢ଼ା ଯାଉଥିବା ଏହି ସ୍ଥାନଟି ମେକ୍ସିକୋ ସହରର ଉତ୍ତରକୁ ପ୍ରାୟ ୫୦ କିଲୋମିଟର୍ ଦୂରରେ ଅବସ୍ଥିତ।

Related posts

ମହାରାଷ୍ଟ୍ର ଏବଂ ଦିଲ୍ଲୀ ପରେ ମେରଠକୁ ବ୍ୟାପୀଲା ବ୍ଲାକ ଫଙ୍ଗସ

mahabharatanews

କରୋନାରେ ପ୍ରଥମ ଭାରତୀୟ ଯୁବକଙ୍କ ମୃତ୍ୟୁ

mahabharatanews

ଅସନ୍ତୁଷ୍ଟ ଆତ୍ମା ମାନଙ୍କର ମହାସାଗର ରାଜନିତୀ

mahabharatanews