(ବଲାଙ୍ଗୀର/ମଧୂସୁଦନ ବହିଦାର): ବଲାଙ୍ଗୀରକୁ ଗତ ୧୪ତାରିଖରୁ ନିୟମିତ ସ୍ୱତନ୍ତ୍ର ପ୍ରବାସୀ ଟ୍ରେନ ଆଗମନ ଜାରି ରହିଛି । ସମାନ ଭାବରେ ଆଜି ମଧ୍ୟ ତେଲେଙ୍ଗାନାରୁ ଏକ ଟ୍ରେନ ପ୍ରବାସୀ ଓଡିଆଙ୍କୁ ଧରି ବଲାଙ୍ଗୀରରେ ସନ୍ଧ୍ୟାରେ ପହଞ୍ଚିଥିଲା । କିନ୍ତୁ ସବୁଠୁ ବଡକଥା ହେଲା ଉକ୍ତ ଟ୍ରେନରେ ହାଇଦ୍ରାବାଦରୁ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଗ୍ରାମର ଏକ ଦମ୍ପତି ଆସୁଥିବା ବେଳେ ମହିଳା ଜଣକ ଟିଟିଲାଗଡ଼ ଓ ବଲାଙ୍ଗୀର ରେଳ ଷ୍ଟେସନ ମଧ୍ୟରେ ଟ୍ରେନରେ ହିଁ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଉକ୍ତ ପରିବାର ବଲାଙ୍ଗୀର ରେଳ ଷ୍ଟେସନରେ ଓଲ୍ହାଇବା ସହିତ ପ୍ରଶାସନ ସହାୟତାରେ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ସ୍ଥିତ ଭୀମଭୋଇ କଲେଜ ଓ ହସ୍ପିଟାଲର ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗରେ ମାଁ ଓ ନବଜାତ ଶିଶୁ ପୁତ୍ରକୁ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲଥିବା ଜଣା ପଡିଛି । ଉକ୍ତ ଘଟଣାରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
previous post
