Uncategorized

କରୋନା ଚିକିତ୍ସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ  ଉପକାର ନାହିଁ

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ନାହିଁ । କିନ୍ତୁ ବିଭିନ୍ନ ଦେଶରେ କରୋନା ଆକ୍ରାନ୍ତଙ୍କୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଚିକିତ୍ସା କାଳରେ ଦିଆଯାଉଛି । ତେବେ ଏହାର ସେବନ ଦ୍ୱାରା କରୋନା ଚିକିତ୍ସାରେ ସେପରି କୌଣସି ଉପକାର ମିଳୁନାହିଁ । ଏପରି ଏକ ରିପୋର୍ଟ ପ୍ରକାଶ ପାଇଛି ଦି ଲାନସେଟରେ । ପ୍ରାୟ ୧୫୦୦୦ କରୋନା ରୋଗୀଙ୍କ ଉପରେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ପ୍ରୟୋଗ କରାଯାଇ ଅନୁଧ୍ୟାନରୁ ରିପୋର୍ଟ ପ୍ରସ୍ତୁତ ହୋଇଛି ।
ଅଧ୍ୟୟନରୁ ଜଣାପଡିଛି, ସେମାନଙ୍କ ହୃଦଗତିରେ ଅସ୍ୱାଭାବିକତା ଦେଖାଦେଇଥିଲା । ମାନବ ଶରୀର ଉପରେ ପାଶ୍ୱର୍ପ୍ରତିକ୍ରିୟା ସୃଷ୍ଟି ହେଉ ଥିବାରୁ ଏହାକୁ ଡାକ୍ତରଙ୍କ ବିନା ପରାମର୍ଶରେ ନେବା ବିପଦଜନକ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏପରିକି ଏହି ଔଷଧ ଦ୍ୱାରା ରୋଗୀଙ୍କଠାରେ ଗୁରୁତର ହୃଦୟ ସମସ୍ୟା ଓ ଏପରିକି ମୃତ୍ୟୁ ମଧ୍ୟ ହୋଇପାରେ ବୋଲି ଗବେଷକମାନେ ସତର୍କ କରାଇଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ଦୁଇ ମାସରେ ବିଶ୍ୱର ୧୨୦ଟି ଦେଶକୁ ପାରାସିଟାମୋଲ ଓ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଭାତର ଯୋଗାଇ ଦେଇଛି । କରୋନାର ଚିକିତ୍ସା ପାଇଁ ଏସବୁ ଔଷଧ ଗୁଡ଼ିକ ଉପଯୋଗୀ ହେଉଥିବାରୁ ଏସବୁ ଔଷଧର ଚାହିଦା ସାରା ବିଶ୍ୱରେ ବଢିଯାଇଛି। ଏଥିପାଇଁ ବିଭିନ୍ନ ଦେଶ ଭାରତକୁ ଏଗୁଡ଼ିକର ଯୋଗାଣ ପାଇଁ ଅନୁରୋଧ କରିଥିଲେ।

Related posts

ଗୋଆ ପାଇଁ କୋଭିଡ ନେଗେଟିଭ ସାର୍ଟିଫିକେଟ ବାଧ୍ୟତାମୂଳକ ହେଉ: ରାଣେ

mahabharatanews

ଏପ୍ରିଲ ୧୪ରେ ସରିବ, ମେ ୧୫ରେ ଫେରିପାରେ ଲକ୍‌ ଡାଉନ୍‌!

mahabharatanews

ଲିକ୍ ହେଲା ଫିଲ୍ମ ‘ବ୍ରହ୍ମାସ୍ତ୍ର’ଗୀତ ଭିଡିଓ, ଡ୍ୟାନ୍ସ କରୁଥିବା ନଜର ଆସିଲେ ଆଲିଆ-ରଣବୀର

mahabharatanews