ଓଡିଶା

ପିପିଲି ଥାନାକୁ ଅଚାନକ ଗସ୍ତକଲେ ଡ଼ିଜି

(ଜୟନ୍ତ କୁମାର ସେଠୀ, ଗୋପ): ପୁରୀ ଜିଲ୍ଲା ପିପିଲି ଥାନାରେ ଡ଼ିଜି ଅଭୟ । ପୁରୀ ଗସ୍ତ ବେଳେ ଅଚାନକ ଭାବରେ ପିପିଲି ଥାନା ପରିଦର୍ଶନ କରିଥିଲେ ଡ଼ିଜି। ପିପିଲି ଥାନାରେ ପହଞ୍ଚି କାର୍ୟ୍ୟରତ ପୋଲିସ୍ କର୍ମଚାରୀଙ୍କ ସହିତ ଆଲୋଚନା କରିବା ସହିତ ଲକ୍ ଡାଉନ୍ ନିୟମ କଡ଼ାକଡ଼ି ଭାବରେ ପାଳନ କରିବା ସହିତ ସାମାଜିକ ଦୁରାତା ଉପରେ ଗୁରୁତ୍ବ ଦେଇଥିଲେ। ସେପଟେ ଥାନାରେ ଥିବା ମୋ ସରକାର, ମହିଳା ଓ ଶିଶୁ ଡେସ୍କ କିଭଳି କାର୍ୟ୍ୟ କରୁଛି ତାର ସମିକ୍ଷା କରିଥିବାବେଳେ ପୋଲିସ୍ ବ୍ୟାରେକ ବୁଲି ଦେଖିଥିଲେ । ପିପିଲି ପୋଲିସ୍ ନିଷ୍ଠାପର ଭାବରେ କାର୍ୟ୍ୟ କରୁଥିବାରୁ ସମସ୍ତଙ୍କୁ ଉତ୍ସାହିତ କରିଥିବାବେଳେ ପୋଲିସର ସମସ୍ତ ଆବଶ୍ୟକତା ଯୋଗାଇ ଦିଆଯାଇଛି କି ନାହିଁ ତାହା ପଚାରି ବୁଝିଥିଲେ । ଏହାପରେ ପୁରୀ ଗସ୍ତରେ ଫେରିଯାଇଥିଲେ ଡ଼ିଜି ।

Related posts

ପଣ୍ଡିତ ଯଶରାଜଙ୍କୁ ସ୍ୟାଣ୍ଡ ଆନିମେସନ ଜରିଆରେ ଶ୍ରଦ୍ଧାଞ୍ଜଳି

mahabharatanews

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ 

mahabharatanews

ପଦ୍ମ ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି 

mahabharatanews