ଓଡିଶା

ଆରମ୍ଭ ହେଲା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା

ଭୁବନେଶ୍ଵର: ବନ୍ଦ ଥିବା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ମହାମାରୀ କରୋନା ଲକ୍ ଡାଉନ ପାଇଁ ଦୀର୍ଘ ଦୁଇ ମାସ ବନ୍ଦ ରହିବା ପରେ ପୁଣି ଥରେ ଆରମ୍ଭ ହୋଇଛି । ଆଜିଠୁ ଏହି କାମ ଆରମ୍ଭ ହୋଇଛି । ପ୍ରଥମେ ଶ୍ରୀମନ୍ଦିରର ଉତ୍ତରଦ୍ୱାର ଓ ପଶ୍ଚିମଦ୍ୱାର ପଟୁ କାମ ଆରମ୍ଭ ହେବ। ମନ୍ଦିର ପରିସରରୁ ବାହାରିଥିବା ଭଗ୍ନାବଶେଷକୁ ତୁରନ୍ତ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ୨୦୧୯ ଅକ୍ଟୋବର ମାସରେ ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାପରେ ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମେ ଶ୍ରୀମନ୍ଦିରର ୭୫ ମିଟର ପରିଧି ଅଞ୍ଚଳ ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇôଥଲା । ଏହାପରେ ସିଂହଦ୍ୱାର ଅଞ୍ଚଳରେ ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ହୋଇଥିଲା । ବିଶେଷକରି ପୁରୀ ଆସୁଥିବା ଯାତ୍ରୀ ଓ ପର୍ୟ୍ୟଟକମାନଙ୍କ ପାଇଁ ମାଗଣାରେ ଜୋତା ଷ୍ଟାଣ୍ଡ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍‌, ପାଦ ଚଲା ରାସ୍ତା, ଥଣ୍ଡା ପାନୀୟ ଜଳ ଓ ବସିବା ପାଇଁ ବ୍ୟବସ୍ଥା ଭଳି ଅତ୍ୟାବସକୀୟ ସୁବିଧା ମାନର ବ୍ୟବସ୍ଥା କରାଯାଇଥିଲା । ଏଥି ସହ ଭକ୍ତଙ୍କ ବସିବା ପାଇଁ ଏକ ବଡ ଆକାରର ସ୍ଥାନର ସୌନ୍ଦର୍ୟ୍ୟକରଣ କରାଯାଇଥିଲା । ଶ୍ରୀମନ୍ଦିର ଅଞ୍ଚଳରେ ସବୁଜିମା ବଳୟ ସୃଷ୍ଟି କରାଯାଇଛି ।

Related posts

ନନ୍ଦନକାନନରେ ଆରମ୍ଭ ହେବ ରୋପୱେ  

mahabharatanews

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି

mahabharatanews

ମା’ ତାରିଣୀଙ୍କର ଦ୍ୱାଦଶତମ ବାର୍ଷିକ ଉତ୍ସବ ଉଦ୍ୟାପିତ

mahabharatanews