ଓଡିଶା

ଜାନୁଆରୀ ୧୭ ରୁ ଅନୁଷ୍ଠିତ ହେବ ମକର ମହୋତ୍ସବ

ତାଳବଣିଆ ଉନ୍ନୟନ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତୃତୀୟଥର ପାଇଁ ଆୟୋଜିତ ହେଉଛି ଶ୍ରୀକ୍ଷେତ୍ର ମକର ମହୋତ୍ସବ । ଆସନ୍ତା ଜାନୁଆରୀ ୧୭ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ତାଳବଣିଆ ପଡିଆରେ ଏହି ମହୋତ୍ସବ ଅନୁଷ୍ଠିତ ହେବ ।  ଏ ନେଇ ରବିବାର ସ୍ଥାନୀୟ ୟୁଥ୍ ହଷ୍ଟେଲ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ ରୂପରେଖ ସଂକ୍ରାନ୍ତରେ ସୂଚନା ଦେଇଥିଲେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ସେବକ ମଧୁସୂଦନ ସିଂହାରୀ । ଉଦ୍‌ଘାଟନୀ ଉତ୍ସବରେ ପୁରୀ ସାଂସଦ ଡା. ସମ୍ବିତ ପାତ୍ର,  ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏବଂ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଅତିଥି ଭାବେ ଯୋଗଦେବେ ।

ମହୋତ୍ସବ ଅବସରରେ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ, ବକ୍ତୃତା ,ମକର ଚାଉଳ, ଗୁଡ଼ିଉଡା ଏବଂ ମକର କବିତା ଆସର ଅନୁଷ୍ଠିତ ହେବ । ଏହାସହ ପ୍ରଥମ କରି ତେଲୁଗୁ ସମ୍ପ୍ରଦାୟର ଲୋକ ମାନଙ୍କୁ ନେଇ ସମୁଦ୍ରରେ ଡଙ୍ଗା ଚାଳନା ପ୍ରତିଯୋଗିତା କରାଯିବାର କାର୍ଯ୍ୟକ୍ରମ ରହିଛି ।ଏଥିରେ ୫୦ଟି ଷ୍ଟଲ ଖୋଲାଯିବାକୁ ଥିବାବେଳେ କିଣାବିକାର  ସୁଯୋଗ ପାଇବେ ଦେଖଣାହାରୀ । ଭାରତ ସରକାରଙ୍କ ପୂର୍ବାଞ୍ଚଳ ସାଂସ୍କୃତିକ ପରିଷଦ ଏବଂ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶୀ, ଭଜନ, ସମ୍ବଲପୁର, ଗୋଟିପୁଅ ଆଦି ବିଭିନ୍ନ ପ୍ରକାର ନୃତ୍ୟ, ଗୀତର ଆସର ଜମିବ । ମକର ମହୋତ୍ସବ ଉପଲକ୍ଷେ ପୂର୍ବରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନେଇ ଅନୁଷ୍ଠିତ ଭକ୍ତି ସଙ୍ଗୀତ, ଚିତ୍ରାଙ୍କନ ଏବଂ ଝୋଟି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଭ୍ୟର୍ଥନା କମିଟି ଅଧ୍ୟକ୍ଷ ସିଂହାରୀ ସୂଚନା ଦେଇଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଭ୍ୟର୍ଥନା କମିଟି ଉପାଧ୍ୟକ୍ଷ ଦିଗଦର୍ଶନ ପଟ୍ଟନାୟକ, ଅଭ୍ୟର୍ଥନା କମିଟି ଉପାଧ୍ୟକ୍ଷ ଉମାକାନ୍ତ ନାୟକ,ରବି ନାରାୟଣ ଦାସ,ସାଙ୍ଗଠନିକ ଅଧ୍ୟକ୍ଷ ସଞ୍ଜୀବ କୁମାର ମୁଖାର୍ଜୀ, କାର୍ଯ୍ୟକାରୀ ସଭାପତି ରାଜେଶ କୁମାର ନନ୍ଦ, ଆବାହକ ଶିବପ୍ରସାଦ ମହାନ୍ତି, ଅର୍ଥ କମିଟି ଅଧ୍ୟକ୍ଷ ହରିହର ମହାପାତ୍ର, ତାଳବଣିଆ ଉନ୍ନୟନ ପରିଷଦ ଟ୍ରଷ୍ଟ ର ଶିଉ ଜାମାରାଓ ସୁରଟ,କାର୍ଯ୍ୟକାରୀ ସଦସ୍ୟ ଅନିତା ପଟ୍ଟନାୟକ, ବିରଞ୍ଚି ନାରାୟଣ ମିଶ୍ର ,ସୁଜିତ୍ କୁମାର ପଟ୍ଟନାୟକ,ସଂଗ୍ରାମ କେଶରୀ ମହାପାତ୍ର, ସଚ୍ଚିଦାନନ୍ଦ ରଥ,ନିହାର ରଞ୍ଜନ ପତି ପ୍ରମୁଖ ଉପସ୍ଥିତ ଥିଲେ ।

Related posts

୬ ଦଫା ଦାବି ନେଇ ଫନି କ୍ଷତିଗସ୍ତ ଅସହାୟ ପୀଡ଼ିତଙ୍କ ଧାରଣା

mahabharatanews

ଟ୍ରକ ଦୁର୍ଘଟଣାରେ ଡ୍ରାଇଭର ମୃତ

mahabharatanews

ରାଜ୍ୟସଭାରେ ଏନଡିଏକୁ ଝଟକା

mahabharatanews