ଓଡିଶା

ଖେମୁଣ୍ଡି କଲେଜ ରେ ଅଧ୍ୟାପକ ଓ କର୍ମଚାରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ଖେମୁଣ୍ଡି କଲେଜର ଦୁଇ ଜଣ ଅଧ୍ୟାପକ ଓ ଦୁଇ ଜଣ କର୍ମଚାରୀଙ୍କ ଅବସର ଗ୍ରହଣ ପରିପ୍ରେକ୍ଷୀରେ ରବିବାର କଲେଜ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। କଲେଜ ଅଧକ୍ଷା ପ୍ରଣତି ପାତ୍ର ସଭାରେ ଅଧକ୍ଷତା କରିଥିଲେ। ଅବସର ଗ୍ରହଣ କରିଥିବା ରାଜନୀତି ବିଜ୍ଞାନର ବରିଷ୍ଠ ଅଧ୍ୟାପକ ଉଜ୍ଜଳ ପଣ୍ଡା, ଓଡ଼ିଆ ଅଧ୍ୟାପକ ଗୌରାଙ୍ଗ ଚନ୍ଦ୍ର ପଣ୍ଡା, ପଦାର୍ଥ ବିଜ୍ଞାନ ଡେମୋନଷ୍ଟ୍ରେଟର ନରେଶ ଚନ୍ଦ୍ର ସ୍ଵାଇଁ ଏବଂ ମହିଳା ପିଅନ ଇଜିୟା ଦୋରା ସେମାନଙ୍କ କର୍ମମୟ ଜୀବନ ମଧ୍ୟରେ ନିଜ ନିଜର ପାରଦର୍ଶିତା ଓ କଲେଜ ପ୍ରତି ସେମାନଙ୍କ ଉଲ୍ଲେଖନୀୟ ଅବଦାନ ସେମାନଙ୍କୁ ଚୀର ଅଭୁଲା କରି ରଖିବ ବୋଲି ବହୁ ଅଧ୍ୟାପିକା ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ସଭାରେ ମତବ୍ୟକ୍ତ କରିଥିଲେ। ପରେ କଲେଜ ପକ୍ଷରୁ ସମସ୍ତଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷିରେ କର୍ମଚାରୀ ସଂଘ ସମ୍ପାଦକ ଅରୁଣ କୁମାର ସାହୁ, ଅଧ୍ୟାପକ ଅଜିତ କୁମାର ପାଣିଗ୍ରାହୀ,ଦୁର୍ୟ୍ୟୋଧନ ପ୍ରଧାନ, ଅକ୍ଷୟ କୁମାର ପାଢୀ, ଭାଗିରଥି ସେଠୀ,ଏସ୍.ସୀତାରାମ ମୂର୍ତ୍ତି, ଦେବବ୍ରତ ସାହୁ ଏବଂ ଗୁରୁମୂର୍ତ୍ତି ଦୋରା ପ୍ରମୁଖ ଉପସ୍ଥିତ ଥିଲେ।

Related posts

୩୦ ଜିଲ୍ଲାରୁ ଆଉ ୧୯୭୭ କରୋନା ପଜିଟିଭ

mahabharatanews

ପ୍ରତାପ ଜେନା ଏବଂ ସଞ୍ଜୟ ଦାସବର୍ମାଙ୍କୁ ପର୍ଯ୍ୟବେପକ୍ଷ ଦାୟିତ୍ୱ 

mahabharatanews

ପ୍ରତାପ ଷଢଙ୍ଗୀଙ୍କ ବିପକ୍ଷରେ ଲଢିବେ ଲେଖାଶ୍ରୀ 

mahabharatanews