Uncategorized

ଅମ୍ବୁରୟାନ ନଦୀରେ ମିଶିଲା ୨୦ ହଜାର ଟନ ଡିଜେଲ

ମସ୍କୋ: ଋଷିଆର ନରିଲସ୍କ ସହର ବାହାରେ ଥିବା ଏକ ପାୱାର ପ୍ଲାଣ୍ଟର ଫୁଏଲ ଟ୍ୟାଙ୍କ ଭୁଶୁଡି ପଡିବାରୁ ଏଥିରେ ଥିବା ୨୦ ହଜାର ଟନ୍ ଡିଜେଲ ଅମ୍ବୁରୟାନ ନଦୀରେ ମିଶିଛି। ନଦୀର ଏକ ଧାର ଆର୍କଟିକ୍‌ ସର୍କଲ ସହ ସଂଯୁକ୍ତ ହୋଇଛି । ତେଣୁ ଏଥିନେଇ ଗୁରୁତର ପରିବେଶ ସଂକଟ ସୃଷ୍ଟି ହେବ । ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ସାଇବେରିଆରେ ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି।
ନଦୀ ଜଳରୁ ତୁରନ୍ତ ଡିଜେଲ ପୃଥକ କରିବା ସହ ଆର୍କଟିକ୍‌ ସର୍କଲକୁ ବାହ୍ୟ ଆବର୍ଜନାରୁ ମୁକ୍ତ ରଖିବାକୁ ପଦକ୍ଷେନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣା ସ୍ଥଳରୁ ତୈଳ ୧୨ କିଲୋମିଟର ଦୂରକୁ ଭାସିଯାଇଥିବା ଜଣାପଡିଛି। ଏଣୁ ସରକାର ଜରୁରିକାଳୀନ ପରିସ୍ଥିତି ଜାରି କରିଥିବା ବେଳେ ନଦୀ ଜଳରୁ ତେଲ ଛାଣିବା ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି।
ଏହି ଦୁର୍ଘଟଣା ଘଟିବାର ୨ ଦିନ ପର୍ୟ୍ୟନ୍ତ ସରକାରଙ୍କୁ ସୂଚନା ନଥିଲା। ପ୍ଲାଣ୍ଟ କର୍ତ୍ତୃପକ୍ଷ ଟ୍ୟାଙ୍କରରୁ ବାହାରିଥିବା ତୈଳକୁ ରୋକିବା ଲାଗି ନିଜ ସ୍ତରରେ ଉଦ୍ୟମ ଜାରି ରଖିଥିଲେ। ଏଥିଲାଗି ସ୍ଥାନୀୟ ବିପର୍ୟ୍ୟୟ ପ୍ରଶମନ ବିଭାଗଙ୍କୁ ମଧ୍ୟ ସୂଚିତ କରିନଥିଲେ। ଯେତେବେଳେ ତୈଳ ନଦୀ ପାଣିରେ ମିଶିଲା ସେତେବେଳେ କର୍ତ୍ତୃପକ୍ଷ ସରକାରଙ୍କୁ ଜଣାଇଥିଲେ । ଏଣୁ ରାଷ୍ଟ୍ରପତି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅପରାଧୀକ ଷଡଯନ୍ତ୍ର ଅଭିଯୋଗରେ କମ୍ପାନୀର ଜନୈକ ମ୍ୟାନେଜରଙ୍କୁ ଗିରଫ କରାଯାଇଛି।

Related posts

ଆରଟିଓ ବ୍ୟତୀତ ଏକାଧିକ ସଂସ୍ଥାରୁ ମିଳିବ ଡିଏଲ

mahabharatanews

ଚଣ୍ଡି ପ୍ରସାଦ ଭାରତୀୟ ସ୍ଥଳ ସେନାର ଉପମୁଖ୍ୟ ଦାୟିତ୍ୱ ନେଲେ 

mahabharatanews

ଏଣିକି ଆମେରିକା ବିଦେଶୀଙ୍କ ପାଇଁ ମନା

mahabharatanews