ଓଡିଶା

୨୩ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ଚିତ୍ତରଞ୍ଜନ ସାହୁ/ବରଗଡ: ବରଗଡ଼ ଜିଲା ସୋହେଲା ଥାନା ପୋଲିସ ବୁଧବାର ସନ୍ଧ୍ୟାରେ ୨୩.୩୭୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଟାଉନ ଥାନା ଅଧୀନ ଖଜୁରଟିକ୍ରା ଗ୍ରାମର ଅର୍ସଦ ଓରଫ ରାଜା ଖାଁ(୩୨) ଏବଂ ସୋହେଲା ଥାନା ଅଧୀନ ବିନ୍ଧାନପାଲି ଗ୍ରାମର ବିକ୍ରମ ସାହୁ(୨୮) । ସେମାନଙ୍କ ପାଖରୁ ୨୩ ଗ୍ରାମ ୩୭୦ ମିଲିଗ୍ରାମ ବ୍ରାଉନସୁଗାର ଏବଂ ଏକ ବାଇକ୍(ନଂ-ସିଜି୧୩ୟୁବି ୨୧୦୨) ଜବତ ହୋଇଛି। ରାୟପୁରରୁ ବରଗଡ଼ ପଟକୁ ଅସୁଥିବାବେଳେ ଲୁହୁରାଚଟି ଛକରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ଏ ନେଇ ସୋହେଲା ଥାନାରେ କେସ୍ ନଂ ୬୩/୨୦ରେ ଏକ ମାମଲା ରୁଜୁ ହୋଇଛି।

Related posts

ଲକ ଡାଉନ ଫଳରେ ମା ମଙ୍ଗଳା ପୀଠ ରେ ଝାମ ଯାତ୍ରା ଫିକା ପଡିଲା

mahabharatanews

ସଙ୍ଗରୋଧ କେନ୍ଦ୍ର ରେ ୧୪ ଦିନ ରହି ଘରକୁ ଫେରି ଲେ ପ୍ରବାସୀ

mahabharatanews

ମହିଳା ବ୍ୟବସାୟୀଙ୍କ ଠାରୁ ଟଙ୍କା ବ୍ୟାଗ ଲୁଟ

mahabharatanews