ଓଡିଶା

ସାବେରୀ ନଦୀରୁ ଅଚିହ୍ନା ଗଳିତଶବ ଉଦ୍ଧାର

ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଠାରେ ପ୍ରବାହିତ ସାବେରୀ ନଦୀରୁ ଆଜି ଏକ ଅଚିହ୍ନା ଗଳିତ ଶବ ପୁଲିସ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଆଜି ସକାଳେ ସାବେରୀ ନଦୀ ମୋଟୁ ଘାଟ ନିକଟରେ ଏକ ଗଳିତ ଶବ ଭାସୁଥିବାର ଗ୍ରାମବାସୀ ଦେଖି ମୋଟୁ ଥାନାକୁ ଜଣାଇଥିଲେ ।ସୂଚନା ପାଇ ମୋଟୁ ଥାନା ଅଧିକାରୀ ରଘୁନାଥ ମାଝୀ ପୁଲିସ ସଦଳବଳ ନଦୀଘାଟରେ ପହଁଚି ପାଣିରୁ ଶବଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ଶବଟି ପଚି କଙ୍କାଳ ହୋଇଯାଇଥିବାରୁ ଏହାକୁ ଚିହ୍ନିବା ସମ୍ଭବ ହୋଇନଥିଲା । ମୋଟୁ ଥାନାରେ ଏକ କେସ ଅପମୃତ୍ୟୁ ମାମଲା ରୁଜୁକରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବବ୍ୟବଛେଦ ନିମନ୍ତେ ପଠାଇ ଦିଆଯାଇଛି । ଏହି ଶବଟି ସୀମାନ୍ତ ଛତିଶଗଡ ଆଡୁ ସାବେରୀ ନଦୀରେ ଭାସି ଆସି ମୋଟୁ ଘାଟ ନିକଟରେ ଲାଗିଥିବା ପୁଲିସ ସନ୍ଦେହ କରିଛି।

Related posts

ଆଚାର୍ୟ୍ୟ ହରିହର ଦାଶଙ୍କ ଜୟନ୍ତୀ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

mahabharatanews

ଫିସିଙ୍ଗ ହାରବରରେ ଫସିଛନ୍ତି ୫୦୦ରୁ ଊଦ୍ଧ୍ୱର୍ ମତ୍ସ୍ୟଜୀବୀ

mahabharatanews

ଶିଶୁ ବିକାଶ ଅଧିକାରିଣୀ ଓ ପୋଲିସ ମିଳିତ ଉଦ୍ୟମରେ ନାବାଳିକା ଝିଅର ବିବାହ ସ୍ଥଗିତ

mahabharatanews