ଓଡିଶା

ରାଜଧାନୀରୁ ୫ ନୂଆ ପଜିଟିଭ୍

ଭୁବନେଶ୍ୱର: ରାଜଧାନୀରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଶନିବାର ଭୁବନେଶର୍ୱରେ ୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ରାଜଧାନୀରେ ମୋଟ ପଜିଟିଭ୍ ସଂଖ୍ୟା ୮୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୫୧ ଜଣ ସୁସ୍ଥ ହୋଇଯାଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏବେ ରାଜଧାନୀରେ ମୋଟ ୩୨ଟି ଆକ୍ଟିଭ୍ ମାମଲା ରହିଛି ।
ଶନିବାର ବାହାରିଥିବା ୫ ପଜିଟିଭ୍ଙ୍କ ମଧ୍ୟରୁ ୪ ଜଣ ହୋମ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଗଜପତି ନଗର ଜଣେ ବ୍ୟକ୍ତି ପଜିଟିଭ୍ ବାହାରିଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥାନୀୟ ଲୋକେ କିପରି ପଜିଟିଭ୍ ହେଲେ ତାହା ଉପରେ ତଦନ୍ତ ଜାରି ରହିଛି । ପଜିଟିଭ୍ ବାହାରିଥିବା ଅଞ୍ଚଳ ଗୁଡିକରେ କଡା ନଜର ରଖାଯାଇଛି । ହୋମ କ୍ୱାରେଣ୍ଟାଇନରେ ଥିବା ୪ ଜଣ ଡୁମୁଡୁମା, ଓଲ୍ଡ ଟାଉନ, ଘାଟିକିଆ, ପୋଖରୀପୁଟ ଅଞ୍ଚଳର ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ପଶ୍ଚିମବଙ୍ଗରୁୁ ଫେରିଥିବା ବେଳେ ଜଣେ ଗୁଜୁରାଟ ଏବଂ ଜଣେ ଦିଲ୍ଲୀରୁ ଫେରିଛନ୍ତି । ବିଏମ୍ସି ପକ୍ଷର ୁପଜିଟିଭ୍ ଚିହ୍ନଟ ହୋଇଥିବା ଅଞ୍ଚଳ ଗୁଡିକୁ ସାଇଟାଇଜ୍ କରାଯିବା ସହ ସେଠାକାର ଲୋକମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ।

Related posts

ବାହୁବଳୀ ପୋଲିସ ଅଫିସର

mahabharatanews

 ବିଳମ୍ବିତ ରାତିରେ ଜନ୍ମ ନେଲେ ପ୍ରଭୁ,  ଶ୍ରୀମନ୍ଦିରରରେ ଆଜି ନନ୍ଦୋତ୍ସବ

mahabharatanews

ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ ଅନୁଷ୍ଠିତ

mahabharatanews