Uncategorized

ପାକିସ୍ତାନର ୩ ନେତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ

ଇସଲାମବାଦ: ପାକିସ୍ତାନର ୩ ରାଜନେତାଙ୍କ ନାମରେ ଯୌନ ଉତ୍ପୀଡନ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଆମେରିକାରୀୟ ବ୍ଲଗର । ୧୦ବର୍ଷରୁ ଅଧିକ ସମୟ ଧରି ପାକିସ୍ତାନରେ ରହୁଥିବା ଆମେରିକୀୟ ବ୍ଲଗର୍ ସିନ୍ଥିଆ ରିଚି ପାକିସ୍ତାନର ପୂର୍ବତନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି । ଏହା ସହ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ଅସଦାଚରଣର ଅଭିଯୋଗ ମଧ୍ୟ କରିଛନ୍ତି ସେ । ଏହି ଅଭିଯୋଗ ପରେ ଚାରିଆଡେ ଚର୍ଚ୍ଚା ଚାଲିଛି । ତେବେ ୩ ରାଜନେତା ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏବଂ ଦୁଇଟି ଘଟଣାର ତଦନ୍ତ ପାଇଁ ଦେଶର ଆଇନ ପ୍ରଣୟନକାରୀ ସଂସ୍ଥା ନିକଟରେ ଏକ ମାମଲା ଦାୟର କରିଛନ୍ତି। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଅନେକ ବିବାଦୀୟ ଘଟଣା ସହ ଜଡିତ ରହିଛନ୍ତି ଆମେରିକୀୟ ବ୍ଲଗର ସିନ୍ଥିଆ ରିଚି ।
ରିଚି ଶୁକ୍ରବାର ଦିନ ଫେସବୁକ୍ ଲାଇଭ୍ ଭିଡିଓ ପୋଷ୍ଟ କରି, ନିଜ ସହ ହୋଇଥିବା ଦୁଷ୍କର୍ମ ବିଷୟରେ ଖୁଲାସା କରିଥିଲେ । ଭିଡ଼ିଓରେ ସେ ପୂର୍ବତନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ତଥା ବର୍ତ୍ତମାନ ସିନେଟର ଥିବା ସଦସ୍ୟ ରହମାନ ମଲିକଙ୍କ ଉପରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଥିଲେ । ଏଥିସହ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନି ଏବଂ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ମଖଦୁମ ଶାହାବୁଦ୍ଦିନ ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ। ଏହି ତିନି ରାଜନେତା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ସଦସ୍ୟ । ସବୁଠାରୁ ଚାଞ୍ଚଲ୍ୟକର ବୟାନ ରିଚି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ବେନଜିର ଭୁଟ୍ଟୋଙ୍କୁ ନେଇ ଦେଇଥିଲେ । ସେ କହିଥିଲେ, ଭୁଟୋ ମହିଳାଙ୍କ ସହ ଦୁଷ୍କର୍ମ କରିବାକୁ ନିର୍ଦେଶ ଦେଉଥିଲେ । ତାଙ୍କ ସ୍ୱାମୀ ଆସିଫ୍ ଅଲି ଜରଦାରୀଙ୍କ ସହ କୌଣସି ମହିଳା ସମ୍ପର୍କ ରଖିଥିବା ନେଇ ଜାଣିବା ପରେ ସେ ଦୁଷ୍କର୍ମ କରିବାକୁ ନିର୍ଦେଶ ଦେଉଥିଲେ । ଅତୀତରେ ମଧ୍ୟ ରିଚି ଏଭଳି ଦାବି କରିସାରିଥିବା ଜଣା ପଡିଛି । ହେଲେ ପ୍ରମାଣ ଅଭାବରୁ କେହି ତାଙ୍କୁ ବିଶ୍ୱାସ କରିନଥିବା ସେ କହିଛନ୍ତି ।

Related posts

୧ ମେ’ରୁ ମହାରାଷ୍ଟ୍ରରେ ଏନପିଆର ଲାଗୁ ହେବ

mahabharatanews

ଲଣ୍ଡନ ଓକିଲଙ୍କ ନାମରେ ମାନହାନୀ ମକଦମା ଆଣିଲେ ଅଭିଶେଖ ମନୁ

mahabharatanews

ଲଛମନପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ, ଜୋତା ବିତରଣ ଉତ୍ସବ

mahabharatanews