ଓଡିଶା

୬ ମାସ ପରେ ଖୋଲିଲା ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି, ବାହାରିଲା ପୁଳା ପୁଳା ଟଙ୍କା ସହ ସୁନା-ରୂପା

ରାୟଗଡା: ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ଦାନ ହୁଣ୍ଡି ଦୀର୍ଘ ୬ ମାସ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଖୋଲାଯାଇଛି। ମନ୍ଦିର ପରିସରରେ ଥିବା ୯ଟି ଦାନ ହୁଣ୍ଡିରୁ ପୁଳା ପୁଳା ନଗଦ ଟଙ୍କା ସହ ସୁନା, ରୂପା ଓ ବିଭିନ୍ନ ଅଳଙ୍କାର ମିଳିଛି। ହୁଣ୍ଡି ଖୋଲିବା ପରେ ମନ୍ଦିର ପରିଚାଳନା କମିଟି, ବ୍ୟାଙ୍କ କର୍ମଚାରୀ ଓ ବିଭିନ୍ନ କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ଦାନ ସାମଗ୍ରୀର ଗଣତି ଆରମ୍ଭ ହୋଇଛି। ଏହି ଗଣତି କାର୍ଯ୍ୟ ସନ୍ଧ୍ୟା ପ୍ରାୟ ୭ଟା ସୁଦ୍ଧା ଶେଷ ହେବ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀ ମାସରେ ହୁଣ୍ଡି ଖୋଲାଯାଇଥିବା ବେଳେ ୧ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା ନଗଦ, ୩୦ ଗ୍ରାମ ସୁନା, ୨ କିଲୋ ୧୫୦ ଗ୍ରାମ ରୂପା, ୨୩ଟି ବିଦେଶୀ ନୋଟ ଏବଂ ୪ଟି ଅଚଳ ପୁରୁଣା ନୋଟ ମିଳିଥିଲା। ମା’ ମଝିଘରିଆଣୀଙ୍କ ପ୍ରତି ଅଗାଧ ଆସ୍ଥା ରଖି ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରୁ ପ୍ରତିଦିନ ହଜାର ହଜାର ଭକ୍ତ ମନ୍ଦିରକୁ ଆସି ନଗଦ ଅର୍ଥ, ସୁନା, ରୂପା ଓ ବିଭିନ୍ନ ଅଳଙ୍କାର ଦାନ କରିଥାନ୍ତି। ଚଳିତ ଥରର ଗଣତି ଶେଷ ହେବା ପରେ ମୋଟ ଦାନର ପରିମାଣ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସରକାରୀ ସୂଚନା ପ୍ରକାଶ କରାଯିବ।

 

Related posts

ଘଡଘଡି ସହ ବର୍ଷା ସମ୍ଭାବନା

mahabharatanews

ଆଜି ଠାରୁ ସମ୍ବଲପୁରରେ ଆରମ୍ଭ ହୋଇଯାଇଛି ଧାନ କିଣା

mahabharatanews

ପୋଲ ଭୁଶୁଡିବା ଘଟଣା: ସମ୍ପୃକ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା କରିବାକୁ ଦାବି

mahabharatanews