ଓଡିଶା

ସଂଘ ରୋଧ କେନ୍ଦ୍ରରେ ବୃକ୍ଷ ରୋପଣ

(ମାଲକାନଗିରି / ସୂର୍ୟ୍ୟକାନ୍ତ ବେହେରା) : ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅଧୀନ ଧଉଡାଗୁଡା ସଂଘ ରୋଧ କେନ୍ଦ୍ରରେ ମାଥିଲି ଗ୍ରାମ ପଞ୍ଚାୟତର ନୋଡାଲ ଅଫିସର ଶ୍ରୀ ଅଶୋକ କୁମାର ମହାରଣା କାର୍ୟ୍ୟ ନିର୍ବାହୀ ଅଧିକାରୀ ଙ୍କ ପ୍ରଚେଷ୍ଟାରେ ଧଉଡାଗୁଡା ସଂଘ ରୋଧ କେନ୍ଦ୍ରର ଅନ୍ତେବାସୀଙ୍କ ଦ୍ବାରା ବିଶ୍ଵ ପରିବେଶ ଦିବସ ରେ ବୃକ୍ଷ ରୋପଣ କରାଯାଇଛି । ପ୍ରାୟ ୨୦ଟି ଗଛ ଉକ୍ତ ସଂଘ ରୋଧ କେନ୍ଦ୍ର ରେ ଲଗାଯାଇଛି ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆଶିସ୍ କୁମାର ଭୋଇ ସରପଞ୍ଚ ଶ୍ରୀ ମତି ଗୈାରୀବଟେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବାଲାରାଜୁ କପେ ବୃକ୍ଷ ରୋପଣ କାର୍ୟ୍ୟ କ୍ରମରେ ଉପସ୍ଥିତ ରହି ଅନ୍ତେଃବାସୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ତେବାସୀ ସଂଘ ରୋଧ କେନ୍ଦ୍ର ରୁ ସେ ମାନଙ୍କ ଗ୍ରାମ କୁଯାଇ ପରିବେଶ ସୁରକ୍ଷା କରିବା ସହ ଗ୍ରାମ ରେ ବୃକ୍ଷ ରୋପଣ କରିବେ ବୋଲି ପ୍ରକାଶ କରିଛନ୍ତି।

Related posts

ଏନଏସଜି ଶ୍ରୀମନ୍ଦିର ସୁରକ୍ଷାର କଲା ଯାଞ୍ଚ

mahabharatanews

ରାଜ୍ୟରେ ଆଜି ୨୨୧ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ହକି ବିଶ୍ୱକପ ପାଇଁ ସଜେଇ ହେଇଛି ରାଉରକେଲା ସହର

mahabharatanews