ଓଡିଶା

ରଥ ଚଉପଟ ଲାଗି ସମ୍ପନ୍ନ

ଭୁବନେଶ୍ୱର: ରଥ ଯାତ୍ରା ଯେତିକି ପାଖେଇ ଆସୁଛି, ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ସେତିକି ଦ୍ରୁତ ଗତିରେ ଆଗେଇ ଚାଲିଛି । ଆଜି ତିନି ରଥରେ ବାହାକ ବାନେ୍ଧଣି ପାଇଁ ତଳ କଇଁଛ, ରଥର ପକ୍ଷୀଣ ପାଶ୍ୱର୍ରେ ଫିଟିଙ୍ଗ କରାଯାଇଛି । ରଥର ବାମ ପାଶ୍ୱର୍ କଇଁଛି ରଥ ଚାଳିରେ ଚଉପାଟ ହେଇଛି । ଚଉପଟ ପରେ ତାହା ଫିଟିଙ୍ଗ କରାଯିବ ।
ସେହିପରି ରଥରେ ଲାଗି ହେଉଥିବା ୧୩ ପରସ୍ତ ପୋଟଳ ମଧ୍ୟରୁ ୧୦ ପରସ୍ତ ପୋଟଳ ମାପ ହୋଇ କଟିଙ୍ଗ ସରିଛି । ଆଉ ତିନି ପରସ୍ତ ପୋଟଳ ନିର୍ମାଣ ପାଇଁ ରଥ ଅଶୀନ ଶ୍ରୀ ଲକ୍ଷ୍ମଣ ମହାପାତ୍ର ଭେ।।ଇ ସେବକଙ୍କ ଦ୍ୱାରା ରଥ ଚାଳିକୁ ପଠାଇଛନ୍ତି । ଓଝା ସେବକମାନେ ସେଥିରେ ବାଖିଆକଣ୍ଟା ଓ ଗୋଡିଛାଲ କଣ୍ଟା ବାଡେଇ ସମ୍ପୂର୍ଣ୍ଣ ପରେ ୩ ରଥରେ ପୋଟଳ ଲାଗିହେବ । ଆଜି ତିନି ରଥରେ ଚକା, ଗୁଜ, ଦଣ୍ଡା ଇତ୍ୟାଦିରେ ପ୍ରାଇମର ମର।।ଯାଇଛି । ପ୍ରାଇମର ଲାଗିଯାସିବା ପରେ ରଥରେ ରଙ୍ଗ କାର୍ଯ୍ୟ ଆରମ୍ଭ ହେବ । ଶ୍ରୀମନ୍ଦିର ନୂତନ କାର୍ଯ୍ୟାଳୟ ତଳେ ପାଶ୍ୱର୍ ଦେବାଦେବୀ, ଓଲଟ ସୁଆ, ଶିଖର ଡମ୍ବରୁ, ଅଂଳା ଦ୍ୱାରପାଳ ଇତ୍ୟାଦିକୁ ଧୂଆଯାଇ ସଫା କରାଯାଇ ନୂତନ ଭାବେ ରଙ୍ଗକାର୍ଯ୍ୟ ଚିତ୍ରକାର ସେବକଙ୍କ ଦ୍ୱାରା ଆରମ୍ଭ ହୋଇଛି ।
ଆଜି ରଥ ଖଳାରେ କାମ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ସମସ୍ତ ସେବକ ସୁସ୍ଥ ଥିବା ଜଣାଯାଇଛି ।

Related posts

ବିଶିଷ୍ଟ ଶିକ୍ଷାବିତ ତଥା ଜିଶି କଲେଜ୍ ର ପ୍ରାକ୍ତନ ଅଧକ୍ଷ ଙ୍କ ପରଲୋକ

mahabharatanews

ଦୁଇ ପିକ୍ଅପ୍ ଭ୍ୟାନକୁ ପିଟିଲା ଟ୍ରକ୍, ଡ୍ରାଇଭର ମୃତ

mahabharatanews

୬ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ 

mahabharatanews