ଓଡିଶା

ଆଜି ରାଜ୍ୟରେ୧୦୭ କ୍ୱାରେଣ୍ଟାଇନ କେନ୍ଦ୍ରର, ୫ ଲୋକାଲ

ଭୁବନେଶ୍ୱର : ଆଜି ଆମ ରାଜ୍ୟରେ ଆଉ ୧୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦେଇଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ହୋଇଥିବା ବେଳେ ୫ ଲୋକାଲ ସଂକ୍ରମିତ । ଏହାସହ ୧୧୨ ଆକ୍ରାନ୍ତଙ୍କ ମଧ୍ୟରେ ୨୧ ଜଣ ଏନଡ଼ିଆରଏଫ, ଓଡ଼ିଆରଏଏଫ ଓ ଅଗ୍ନିଶମ କର୍ମଚାରୀ ରହିଛନ୍ତି। ପୁରୀ ଜିଲାରୁ ସର୍ବାଧିକ ୧୫, ଖୋର୍ଦ୍ଧା ୮, ମୟୂରଭଞ୍ଜ ୭, ଅନୁଗୋଳ ଓ ଗଞ୍ଜାମରୁ ୬ ଲେଖାଏଁ, କେନ୍ଦୁଝର, ସମ୍ବଲପୁର, ଗଜପତି, ବଲାଙ୍ଗିର ଓ ବାଲେଶ୍ବରରୁ ୫ ଲେଖାଏଁ, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୪ ଲେଖାଏ, ଯାଜପୁର, ମାଲକାନଗିରି, କଟକ ଓ ବୌଦ୍ଧରୁ ୩ ଲେଖାଏଁ ଏବଂ ଝାରସୁଗୁଡ଼ା ଓ ଦେବଗଡ଼ରୁ ୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ଟିଭ କେସ ୧୧୩୧ ଥିବା ବେଳେ ୨୩୫୪ ଜଣ ସୁସ୍ଥ ହୋଇଛନ୍ତି।

Related posts

କଟକର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପିନାକ୍ ମିଶ୍ର

mahabharatanews

ଉଗ୍ର ରୂପ ନେଲା ସ୍ୱାମୀ ସ୍ତ୍ରୀଙ୍କ ଝଗଡା, ସ୍ତ୍ରୀର ମୁଣ୍ଡଗଣ୍ଡି କଲା ଅଲଗା

mahabharatanews

ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ମହିଳା ହକି ଦଳ

mahabharatanews