ଓଡିଶା

ହାଇୱା ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ପରେ ରାସ୍ତା ଅବରୋଧ

ମଧୂସୁଦନ ବହିଦାର/ ବଲାଙ୍ଗୀର: ବଲାଙ୍ଗୀର ସୁଦପଡ଼ା ରେଲୱେ ଓଭର ବ୍ରିଜ ନିକଟରେ ଏକ ହାଇୱା ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଲୋକେ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ବଲାଙ୍ଗୀର ଉପ ଜିଲ୍ଲାପାଳ ଓ ଟାଉନ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଯାତାୟାତ ସ୍ୱାଭାବିକ ହେଇଥିଲା। ଦୁର୍ଘଟଣାଗ୍ରସ୍ତ ସ୍କୁଟିର ନମ୍ବର ଓଡି ୩୧ ସି ୨୮୨୩ । ମୃତକ ହେଲେ ଅନୀଲ ଠାକୁର, ଘର ବିହାର ଔରଙ୍ଗାବାଦ ଜିଲ୍ଲାର ଡୁଙ୍ଗୁରିଠାରେ । ମୃତକ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧୀନ ମରାଡୁଗୋଚ୍ଛା ଦେଶୀ ମଦ ଭାଟିରେ ମେନେଜର ଭାବେ କାର୍ୟ୍ୟରତ ଥିଲେ। ସେ କୌଣସି କାରଣବଶତଃ ବଲାଙ୍ଗୀର ସୁଦପଡା ମଦ ଭାଟିକୁ ଆସିଥିଲେ। ପୋଲିସ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Related posts

ଡେଙ୍ଗୁ ଆତଙ୍କ ; ଆଖି ବୁଜିଲେ ୨ ଜଣ ବ୍ୟବସାୟୀ

mahabharatanews

ନରସିଂହପୁରରେ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଶୋଭାଯାତ୍ରା

mahabharatanews

ଦାଦା ଓ ଗଣେଶ୍ୱର କ୍ଳବ ମିଳିତ ଆନୁକୁଲ୍ୟର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

mahabharatanews