ଓଡିଶା

ଜନଶୁଣାଣୀକୁ ବିରୋଧ, କୋରୋନାକୁ ନିମନ୍ତ୍ରଣ କରିପାରେ

(ଜଳେଶ୍ୱର /ଅଜିତ ସାହୁ): କୋରୋନା ମୁକାବିଲା ପାଇଁ ସଚେତନତା, ସତର୍କତା, ସାମାଜିକ ଦୂରତା ଏକାନ୍ତ ଆବଶ୍ୟକ । ଏହାକୁ କାର୍ୟ୍ୟକାରୀ କରିବା ପାଇଁ ସରକାର କେତେବେଳେ ଲକଡାଉନ ତ କେତେବେଳେ ସଟଡାଉନ ଘୋଷଣା କରୁଛନ୍ତି।

ଅନ୍ୟ ପଟେ ପ୍ରଶାସନ ପକ୍ଷରୁ ଜନଶୁଣାଣୀ କାରାଯାଉଛି । ବିରୋଧକୁ ନେଇ ଆୟୋଜିତ ବିକ୍ଷୋଭ, ବିରୋଧରେ କୋରୋନା କଟକଣା ସାଙ୍ଗକୁ ସାମାଜିକ ଦୂରତା ଆଦୌ ନଥିବା ଦେଖିବାକୁ ମିଳୁଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ ବନ୍ଦର ଭିତ୍ତିକ ଶିଳ୍ପ, ହଳଦିଆ ପେଟ୍ରୋ କେମିକାଲ, ଏରନେଟିକ କମ୍ପ୍ଲେକ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପାଇଁ ଜମ୍ଭୀରାଇ,ଚୌମୂଖ, ଡଗର।, ବେତଗଡିଆ, ଅଁଳାଡିହା, ନୂଆ ଗାଁ, ଆଦି ପଞ୍ଚାୟତର ଜମି ଅଧିଗ୍ରହଣ କରାଯିବ । ଏନେଇ ପୂର୍ବରୁ ବାଲିଆପାଳ ତହସିଲ ପରିସରରେ ଅଁଳାଡିହା ପଂଚାୟତ ର ଜନଶୁଣାଣୀ ହୋଇଥିବା ବେଳେ ଆଜି ଜମ୍ଭୀରାଇ ପଂଚାୟତ ବାସୀଙ୍କ ପାଇଁ ଜନ ଶୁଣାଣି ହେବାର କାର୍ୟ୍ୟକ୍ରମ ରହିଥିଲା। ବାଲେଶ୍ୱର ଅତିରିକ୍ତ ତହସିଲଦାର ସମ୍ବିତ ପଟନାୟକ, ଉପଜିଲ୍ଲାପାଳ ନିଲୁ ମହାପାତ୍ର, ବାଲିଆପାଳ ତହସିଲଦାର, ବସ୍ତା ଏସ୍ଡିପିଓ, ବାଲିଆପାଳ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମୟରେ ଜମ୍ଭୀରାଇ ଓ ଆଖପାଖ ପଂଚାୟତ ବାସିନ୍ଦା, ଉପକୂଳ ଭିଟାମାଟି ସୁରକ୍ଷା କମିଟି, ଜମ୍ଭୀରାଇ ସରପଞ୍ଚ ପ୍ରତିନିଧିଙ୍କ ସମେତ ପ୍ରାୟ ତିନି ହଜାର ଲୋକେ ଏକତ୍ରିତ ହୋଇ କରୋନା କଟକଣା ଵେଳେ କେମିତି ଜନଶୁଣାଣୀ କରାଯିବ ବୋଲି ପ୍ରଶ୍ନ କରିବା ସହିତ, ଜନଶୁଣାଣୀ ଏବଂ ପ୍ରକଳ୍ପ ଗୁଡିକୁ ନକରିବା ପାଇଁ ଏକ ବିରାଟ ରାଲି ସହିତ ପ୍ରକଳ୍ପ ବରୋଧି ନାରାବାଜି ଦେଇଥିଲେ ଓ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଦାବିପତ୍ର ଦେଇଥିଲେ। ଏହି ସମୟରେ ସାମାଜିକ ଦୂରତା, ଆଦୌ ରହିନଥିଲା, ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଥିଲା।

Related posts

ଲୁଟେରାଙ୍କ ଆତଙ୍କରାଜ ଚିକିତ୍ସାଧୀନ ଅବସ୍ଥାରେ ଲୁଟର ଶିକାର ହୋଇଥିବା ବିଧବା ବୃଦ୍ଧାଙ୍କ ମୃତ୍ୟୁ

mahabharatanews

ଅଂଶୁଘାତ ପାଇଁ ଚାଲିଗଲା ଯୁବକ ଜୀବନ,ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର

mahabharatanews

ଭିଜିଲାନ୍ସ ପଞ୍ଝାରେ  କୃଷି ଅଧିକାରୀ; ପ୍ରଶୟ କୁମାର ମନ୍ତ୍ରୀ

mahabharatanews