ଓଡିଶା

୧୫ ଫୁଟ ର ଅହିରାଜ ଉଦ୍ଧାର କଲା ଉଦଳା ବନ ବିଭାଗ ଟିମ

୧୫ ଫୁଟ ର ଅହିରାଜ ଉଦ୍ଧାର। ଉଦଳା ବନାଞ୍ଚଳ ବରହମପୁର ଗ୍ରାମରୁ ଉଦ୍ଧାର କରିଲା ବନ ବିଭାଗ। ଗ୍ରାମର ରାମ ସିଂ ଙ୍କ ଘର ଭିତରେ ଏକ ଅହିରାଜ ସାପ ପଶିଥିବା ପରିବାର ଲୋକେ ଦେଖି ବନ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ ଉଦଳା ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଘର ଭିତରୁ ଅହିରାଜ ସାପ କୁ ଉଦ୍ଧାର କରିଥିଲେ।

ଉଦ୍ଧାର ଅହିରାଜ ସାପ ଟିର ଲମ୍ବ ୧୫ ଫୁଟ ହୋଇଥିବା ବେଳେ ଉଦ୍ଧାର ସାପକୁ ଶିମିଳିପାଳ ରେ ଛାଡ଼ିଛି ବନ ବିଭାଗ। ତେବେ ସାପଟି ନିକଟସ୍ଥ ଜଙ୍ଗଲ ରୁ ଆସିଥିବା ଅନୁମାନ କରୁଛି ବନ ବିଭାଗ।

Related posts

ଜୁନ ମାସ ପାଇଁ ଅତିରିକ୍ତ ୬ ଲକ୍ଷ ଡୋଜ ଟୀକା ଆବଶ୍ୟକ

mahabharatanews

ଗୋଟିଏ ମଣ୍ଡପରେ ତିନି ବେଶରେ ଗଣେଶ

mahabharatanews

ଷ୍ଟାଣ୍ଡିଂ ଶିକ୍ଷା କମିଟିର ମଧ୍ୟାହ୍ନ ଭୋଜନ ତଦାରଖ

mahabharatanews