Uncategorized

ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା

ନୂଆଦିଲ୍ଲୀ: ସ୍ୱେଚ୍ଛାସେବୀ ସଂଗଠନ ଓ ବ୍ୟକ୍ତିଙ୍କୁ ଆଜି ସୁପ୍ରିମ କୋର୍ଟ ଭୂରିଭୂରି ପ୍ରଶଂସା କରିଛନ୍ତି । ଲକଡାଉନ ସଂକଟରେ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ ସହଯୋଗ କରିଥିବା ସ୍ବେଛାସେବୀ ସଂଗଠନ ଓ ବ୍ୟକ୍ତିଙ୍କ କାର୍ୟ୍ୟ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସୁପ୍ରିମ କୋର୍ଟଙ୍କ ଏକ ଖଣ୍ଡପୀଠ କହିଛନ୍ତି। ସ୍ବେଛାସେବୀ ସଂଗଠନ ଗୁଡିକର କାର୍ୟ୍ୟକୁ ଗୁରୁତ୍ୱପୂର୍ଣ କହିବା ସହ ସେମାନେ ପ୍ରଶଂସାର ହକଦାର ବୋଲି ଜଷ୍ଟିସ ଅଶୋକ ଭୂଷଣ, ଏସ.କେ.କୌଲ ଏବଂ ଏମ.ଆର.ସାହାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି, ପ୍ରବାସୀ ଶ୍ରମିକମାନଙ୍କର ସମସ୍ତ ଦାୟିତ୍ୱ ନେବା ରାଜ୍ୟ ତଥା କେନ୍ଦ୍ରଶାସିତ ସରକାରର ଦାୟିତ୍ ଏବଂ କର୍ତ୍ତବ୍ୟ । କିନ୍ତୁ ସରକାରଙ୍କ ସ୍ଥାଣୁତାରେ ସ୍ୱେଚ୍ଛାସେବୀ ସଂଗଠନ ତଥା ବ୍ୟକ୍ତି ବିଶେଷଙ୍କ ଅବଦାନ ଓ ସାହାଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ। ସର୍ବୋଚ୍ଚ ଅଦାଲତ ଦର୍ଶାଇଛନ୍ତି ଯେ ଏହି ମାମଲାରେ ଦେଶର ବିଭିନ୍ନ ହାଇକୋର୍ଟ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ନୋଟିସ୍ ଜାରି କରିଛନ୍ତି । ହାଇକୋର୍ଟଗୁଡିକ ସାମ୍ବିଧାନିକ ଅଦାଲତ ଭାବରେ ପ୍ରବାସୀ ଶ୍ରମିକଙ୍କ ମୌଳିକ ଅଧିକାର ଉଲ୍ଲଂଘନକୁ ଗ୍ରହଣ କରିଛନ୍ତି ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ଯେ ସମ୍ପୃକ୍ତ ଘଟଣାର ଶୁଣାଣି ବେଳେ ସମସ୍ତ ଦିଗକୁ ବିଚାରକୁ ନିଆଯିବ। ଶୀର୍ଷ ଅଦାଲତ କହିଛନ୍ତି ଯେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକ କେନ୍ଦ୍ରର ନିର୍ଦ୍ଦେଶ, ନିର୍ଦ୍ଦେଶାବଳୀ, ନୀତି ଏବଂ ନିଷ୍ପତ୍ତି ଅନୁସରଣ କରୁଥିବା ଏବଂ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେଉଥିବା କହିଛନ୍ତି।

Related posts

ପଳାତକ ଗ୍ୟାଙ୍ଗଷ୍ଟର ଏଜାଜ ଗିରଫ

mahabharatanews

ଫଲ୍ସ ନେଗେଟିଭ ସୁପର ସ୍ପ୍ରେଡର କାରଣ

mahabharatanews

ଅଜଣା ଜ୍ୱରରେ ୧୦ ଜଣଙ୍କ ମୃତ୍ୟୁ

mahabharatanews