ନୂଆଦିଲ୍ଲୀ: ଆଜି ୭ମ ଦିନରେ ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୫୯ ପଇସା ଓ ଡିଜେଲ ଲିଟର ପିଛା ୫୮ ପଇସା ବୃଦ୍ଧି ହୋଇଛି । ଫଳରେ ୭ ଦିନରେ ପେଟ୍ରୋଲ ୩ ଟଙ୍କା ୯ ପଇସା ଓ ଡିଜେଲ ୪ ଟଙ୍କା ବୃଦ୍ଧି ପାଇଛି ।
ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ୧୬ ପଇସା ଓ ଡିଜେଲ ଲିଟର ପିଛା ୭୩ ଟଙ୍କା ୩୯ ପଇସାକୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୨ ଟଙ୍କା ୧୦ ପଇସା ଓ ଡିଜେଲ ୭୨ ଟଙ୍କା ୩ ପଇସା, ଭୁବନେଶ୍ୱରରେ ପେଟ୍ରୋଲ ଟ.୭୫.୬୭ ଓ ଡିଜେଲ ଟ. ୭୧.୬୭ ରେ ବିକ୍ରି ହେଉଛି ।
ଅନ୍ତର୍ଜାତୀୟ ବଜାରରେ ଗତ କିଛି ଦିନଧରି ଅଶୋଧିତ ତେଲଦର ବଢିଚାଲିଥିବାରୁ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଯୋଗୁଁ ଦେଶରେ ମଧ୍ୟ ତେଲଦର ବଢୁଥିବା କୁହାଯାଉଛି । ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୩୮.୭୩ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୪୦.୬୬ ଡଲାରରେ ପହଞ୍ଚିଛି । ଗତ ଏପ୍ରିଲ ମାସରେ ଅଶୋଧିତ ତେଲ ଦର ଶୂନ ତଳକୁ ଖସିଯାଇଥିଲା । କିନ୍ତୁ ଉତ୍ପାଦନ ହ୍ରାସ ପାଇଁ ଓପେକ ଦେଶ ( ପେଟ୍ରୋଲିୟମ ଉତ୍ପାଦନକାରୀ ଦେଶ ସମୂହ) ଓ ଋଷିଆ ମଧ୍ୟରେ ସହମତି ପରେ ଅଶୋଧିତ ତେଲ ଦର ବଢିଚାଲିଛି ।
previous post
