ଓଡିଶା

ମହିନ୍ଦ୍ରା ପିକପ ସହ ଗଞ୍ଜେଇ ଗିରଫ କଲା ପୋଲିସ

(ସୂର୍ୟ୍ୟକାନ୍ତ ବେହେରା, ମାଲକାନଗିରି) : ମାଲକାନଗିରି ଜିଲ୍ଲାର ଓର୍କେଲ ପୋଲିସଙ୍କୁ ମିଳିଛି ଏକ ବଡ଼ ସଫଳତା ଓର୍କେଲ ଥାନା (ଆଇ.ଆଇ.ସି) ଶ୍ରୀ ଜଗଦୀଶ୍ ବାରା ଓ (ଏସ୍.ଡି.ପି.ଓ)ଶ୍ରୀ ସୁନାରାମ ହେମ୍ରମଙ୍କ ଆଦେଶ କ୍ରମେ ଗତ ଶନିବାର ରାତିରେ ଗଙ୍ଗଲା ଗ୍ରାମରୁ ଚଢୋଉ କରି କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଶ୍ରୀ କୃତିବାସ ବେହେରା ଓ ତାଙ୍କ ଟିମ୍ ମିଶି ଏକ ଗଞ୍ଜେଇ ବୋଝେଇ ଗାଡିକୁ ଜବତ କରିଛି । ଗାଡି ନମ୍ବର( ଙଊ ୨୪ଏ ୨୮୭୨ ହୋଇଥିବା ବେଳେ। ଗାଡିଟି ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳର ବୋଲି ଜଣାପଡିଛି । ଡ୍ରାଇଭର କିନ୍ତୁ ଉମରକୋଟ ଅଞ୍ଚଳର ରମେନ ଦତ୍ତ ପିତା ରାଜ କୁମାର ଦତ୍ତ ଗ୍ରାମ ରୁଣ୍ଡା ଟଠ-୧୪ ବୋଲି ଜଣାପଡିଛି । ଗାଡ଼ିରେ ଥିବା ଆଉଜଣେ ମାଫିଆ ପୋଲିସକୁ ଛୁରୀ ଦେଖାଇ ଫେରାର ହୋଇ ଯାଇଥିବାର କହିଛନ୍ତି । ଗାଡ଼ିରେ ପ୍ରାୟ ଦେଢ଼ କୁଇଣ୍ଟାଲ ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ଆନୁମାନିକ ୩ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଅଧିକାରୀ କହିଛନ୍ତି । ଜିଲ୍ଲାରେ କୋରୁନାକୁ ନେଇ ଲକ୍ ଡାଉନ ଚାଲିଥିବା ବେଳେ ଜିଲ୍ଲା ପୋଲିସ ଦିନରାତି ଏକ କରି ପ୍ରହରା ଦେଉଥିବା ବେଳେ ଏହି ସମୟରେ କିଛି ଗଞ୍ଜେଇ ମାଫିଆ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିଥିବା ବେଳେ ପୁଲିସ ତାକୁ କଡା କଡୀ ଭାବେ ଚାଲେଞ୍ଜ କରିଛି। ଏହା ପୋଲିସ ପାଇଁ ଏକ ସଫଳତା ବୋଲି କୁହା ଯାଇଛି।

Related posts

ଇତିହାସ ଦେଖିଲେ ଲୋକଙ୍କ ଆସ୍ଥା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି, ବିଜେଡି ପାର୍ଥିନି ଭଲ ଭୋଟରେ ଜିତିବେ

mahabharatanews

୧୭ ତାରିଖ ସୁଦ୍ଧା ପ୍ରଶ୍ନପତ୍ର ସବୁ ନୋଡାଲ ସେଣ୍ଟରରେ ପହଞ୍ଚିବ

mahabharatanews

ମହାନଦୀରୁ ଘଡିଆଳ କୁମ୍ଭୀର ଉଦ୍ଧାର

mahabharatanews