ଓଡିଶା

 ଭୁବନେଶ୍ୱର  ଫେରିଲେ ବିଜୟ ମହାନ୍ତି

ଆଦର୍ଶ ରାଉତ/ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଅଭିନେତା ବିଜୟ ମହାନ୍ତି ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ଅଭିନେତା ତଥା ବିଜେପି ନେତା ଅଖିଳ ପଟ୍ଟନାୟକଙ୍କ ସହଯୋଗରେ ହାଇଦ୍ରାବାଦରୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଭୁବନେଶ୍ବର ଅଣାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଜୟଙ୍କ ଫେରିବା ଖବର ପାଇ ଶୁଭେଚ୍ଛୁଙ୍କ ଭିଡ ହସ୍ପିଟାଲରେ ଦେଖିବାକୁ ମିଳିଛି ।
ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବିଜୟ ମହାନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ବିଜୟ ଏକ ଭିଡିଓ ମାଧ୍ୟମରେ ଓଡିଶା ଫେରିବାକୁ ଚାହୁଁଥିବା ପ୍ରକାଶ କରିଥିଲେ । ଏହା ପରେସାଂସଦ ଅପରାଜିତା ଷଡଙ୍ଗୀ ଓ ଯୁବନେତା ଅଖିଳ କୁମାର ପଟ୍ଟନାୟକ ହାଇଦ୍ରାବାଦ ହସ୍ପିଟାଲର ଡାକ୍ତର ଏବଂ ଭୁବନେଶ୍ବରରେ ଚିକିତ୍ସିତ ହେବାକୁ ଥିବା ହସ୍ପିଟାଲର ଡ଼ାକ୍ତରଙ୍କ ମଧ୍ୟରେ ଆଲୋଚନା କରି ତାଙ୍କୁ ସଡ଼କ ପଥରେ ଅଣାଯିବା ପାଇଁ ନିଷ୍ପତି ହୋଇଥିଲା। ତାଙ୍କୁ ଆଣିବା ପାଇଁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇଥିଲା । ଶେଷରେ ଆଜି ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଫେରିବା ସୂଚନା ମିଳିବା ପରେ ବିଜୟଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଓ ହସ୍ପିଟାଲ ନିକଟରେ ଭିଡ ଜମାଇଛନ୍ତି ।

Related posts

ମେ ୩୧ ପର୍ଯ୍ୟନ୍ତ ଚାଲିବ ସ୍କୁଲ ନାମଲେଖା

mahabharatanews

ଅଭାବନୀୟ ଘଟଣା : ନଳକୂପ ଭିତରେ ନବଜାତ ଶିଶୁ 

mahabharatanews

  ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶାରେ ବାତ୍ୟା ଆଶଙ୍କା 

mahabharatanews