Uncategorized

କାଶ୍ମୀରରେ ଭୂକମ୍ପ, ତୀବ୍ରତା ୫.୮

ନୂଆଦିଲ୍ଲୀ: ଗତ ଏକସପ୍ତାହ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରେ ଭୂମିକମ୍ପ ଅନୁଭୂତ ହୋଇ ଆସୁଛି । ଆଜି ସକାଳେ ଜମ୍ମୁ ଓ କଶ୍ମୀରରେ ଭୂମିକମ୍ପ ଅନୂଭୂତ ହୋଇଯାଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ଥିଲା । ଅଧିକାରୀକସ୍ତରରୁ ପ୍ରକାଶ, ଭୂମିକମ୍ପର ଉତ୍ପତ୍ତିସ୍ଥଳ ତାଜିକିସ୍ତାନ ଏବଂ ଭୂଗର୍ଭର ପ୍ରାୟ ୧୦୦ କିଲୋମିଟର୍ ଗଭୀରେ ଏହା ସୃଷ୍ଟି ହୋଇଛି। ଶ୍ରୀନଗର, କିସ୍ତୱାର୍ ଏବଂ ଡୋଡ଼ା ଆଦି ଜିଲ୍ଲା ସମେତ କଶ୍ମୀର ଉପତ୍ୟକାର ଅଧିକାଂଶ ସ୍ଥାନରେ କମ୍ପନ ଅନୁଭୂତ ହୋଇଛି।
ସୋମବାର ରାତିରେ ମଧ୍ୟ ଜମ୍ମୁ ଓ କଶ୍ମୀରରେ ୩. ୬ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ସଙ୍ଘଠିତ ହୋଇଥିଲା। ସେହିପରି ସୋମବାର ମଧ୍ୟାହ୍ନ ୧୨: ୫୭ ମିନିଟ୍‌ରେ ଗୁଜରାଟର ରାଜକୋଟର ଉତ୍ତରପଶ୍ଚିମର ପ୍ରାୟ ୮୩ କିଲୋମିଟର ଦୂରରେ ୪. ୪ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର କମ୍ପନ କଚ ଅନ୍ତର୍ଗତ ଭାଚାଉ ଅଞ୍ଚଳରେ ମଧ୍ୟ ଜଣାପଡ଼ିଥିଲା। ମାତ୍ର ପାଞ୍ଚ ମିନିଟ ମଧ୍ୟରେ ଦୁଇ ଥର ଭୂମିକମ୍ପ ଅନୁଭୂତ ହୋଇଥିଲା ଓ ଗତକାଲି ଗୁଜୁରାଟରେ ପ୍ରାୟ ୬ଟି ଭୂମିକମ୍ପ ଅନୁଭୂତ ହୋଇଥିଲା ।

Related posts

କଏଦୀଙ୍କ ମତଦାନ ଅଧିକାରକୁ ନେଇ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

mahabharatanews

ପାକକୁ ଜବାବ: ଆମେ ମଧ୍ୟ କ୍ଷମତା ସମ୍ପନ୍ନ

mahabharatanews

ନାଗରିକତା ସଂଶୋଧନ ବିଲକୁ ନେଇ ଜାତିସଂଘର ସତର୍କତାପୂର୍ଣ୍ଣ ପ୍ରତିକ୍ରିୟା

mahabharatanews