ନୂଆଦିଲ୍ଲୀ: ସମୟୋପଯୋଗୀ ନିଷ୍ପତ୍ତି ଦେଶରେ କରୋନା ସଂକ୍ରମଣ ରୋକିବାରେ ସହଯୋଗ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି । ଦେଶର ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଙ୍କ ସହ ଆଜିର ଭିଡିଓ କନପେରେନ୍ସି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏହା କହିଛନ୍ତି । ସେ ଆହୁରି କହିଛନ୍ତି, ଅନଲକ=୧କୁ ୨ ସପ୍ତାହ ବିତିଗଲାଣି । ଆମ ଅଭିଜ୍ଞତା ଆମ ଭବିଷ୍ୟତ ପଦକ୍ଷେପ ନିର୍ଣ୍ଣୟ କରିବ । ଆପଣମାନଙ୍କଠାରୁ ତୃଣମୂଳ ସ୍ତରର ବାସ୍ତବତାକୁ ଜାଣିବା ପରେ ଆଗାମୀ ରଣନୀତି ପ୍ରସ୍ତୁତ ହେବ ।
ସେ କହିଛନ୍ତି, ସମୟ ସମସ୍ୟା ଉପରେ ବିଜୟ ହାସଲ କରାଇଥାଏ । ସମୟୋପଯୋଗୀ ନିଷ୍ପତ୍ତି କାରଣରୁ କରୋନା ସଂକ୍ରମଣକୁ ନିୟନ୍ତ୍ରିତ କରାଯାଇଛି । ଆଗାମୀ କିଛି ସପ୍ତାହ ମଧ୍ୟରେ ହଜାର ହଜାର ଭାରତୀୟ ବାହାରୁ ଦେଶକୁ ଫେରିବେ । ସେମାନଙ୍କ ଘରକୁ ପହଞ୍ଚିବା ପାଇଁ ସମସ୍ତ ପରିବହନ ମାଧ୍ୟମକୁ ଖୋଲା ରଖାଯିବ ବୋଲି ମୋଦି କହିଛନ୍ତି ।
ସୂଚନାଯୋଗ୍ୟ, ଭାରତରେ ଗତ ୨୪ ଘଣ୍ଟାରେ ୧୦୬୬୭ ନୂଆ କରୋନା ମାମଲା ସାମ୍ନାକୁ ଅ।।ସିବା ପରେ ମୋଟ ୩ଲକ୍ଷ ୪୩ହଜାର ୦୯୧ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା । ଏଥିରେ ୧,୫୩,୧୭୮ ଆକ୍ଟିଭ, ୧୮୦,୦୧୩ ସୁସ୍ଥ ଓ ୯୯୦୦ ମୃତ୍ୟୁ ରେକର୍ଡ କରାଯାଇଛି ।
previous post
