ଓଡିଶା

ରାଜ୍ୟରେ ଆଜି ଆଉ ୧୭୪ କରୋନା ମାମଲା

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୨୮ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪୬ଜଣ ସଙ୍ଗରୋଧ କେନ୍ଦ୍ରର । ଏହାପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨କୁ ବୃଦ୍ଧି ପାଇଛି। ୧୮ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୬, ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୩୪, ପୁରୀ ଜିଲ୍ଲାରୁ ୧୬, ଖୋର୍ଦ୍ଧା ଜିଲ୍ଲାରୁ ୧୦, ଯାଜପୁର ଜିଲ୍ଲାରୁ ୯, କେନ୍ଦ୍ରାପଡ଼ା, ନବରଙ୍ଗପୁର ଜିଲ୍ଲାରୁ ୭ଲେଖା, କଳାହାଣ୍ଡି, କୋରାପୁଟ ଜିଲ୍ଲାରୁ ୬, କେନ୍ଦୁଝର ଜିଲ୍ଲାରୁ୫, ବରଗଡ଼ ଜିଲ୍ଲାରୁ ୪, କନ୍ଧମାଳ, ସୁନ୍ଦରଗଡ଼, ଭଦ୍ରକ ଜିଲ୍ଲାରୁ ୩ ଲେଖା, ବୌଦ୍ଧ ଜିଲ୍ଲାରୁ ୨, ଏବଂ ମାଲକାନଗିରି, ବଲାଙ୍ଗୀର, ନୂଆପଡା ଜିଲ୍ଲାରୁ ଜଣେ ଲେଖା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ୍ ୩୦୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୫୧ଟି ଆକ୍ଟିଭ କେଶ ରହିଛି । ଅପରପକ୍ଷରେ ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ମୃତ୍ୟୁ ହୋଇଛି ।

Related posts

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews

ଆଗାମୀ ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା   

mahabharatanews

 ବୈତରଣୀ ଉପରେ ଅଟକିଗଲା  ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’

mahabharatanews