Uncategorized

ରାପିଡ ରେସ୍ପନ୍ସ ମୋବାଇଲ ଲାବେରୋଟୋରୀ ଶୁଭାରମ୍ଭ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସ୍ୱାବ ପରୀକ୍ଷାକୁ ତ୍ୱରାନ୍ୱିତ କରିବାକୁ ମୋବାଇଲ ଲ୍ୟାବ ସେବା ରାପିଡ ରେସ୍ପନ୍ସ ମୋବାଇଲ ଲାବେରୋଟୋରୀର ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ ହର୍ଷ ବର୍ଦ୍ଧନ । ଏହି ମୋବାଇଲ ଲ୍ୟାବ ଦ୍ୱାରା ଦେଶର ଆଭ୍ୟନ୍ତରୀଣ, ଅପହଞ୍ଚ ଅଞ୍ଚଳରେ ଲୋକଙ୍କ ସ୍ୱାବ ସଂଗ୍ରହ କରାଯାଇ ଏହାର ପରୀକ୍ଷଣ କରାଯିବ । ଏହି ଲ୍ୟାବ ଗୋଟେ ଦିନରେ ୨୫ ଟି ଆରଟି-ପିସିଆର ପରୀକ୍ଷା କରି ପାରିବ । ଏହା ସହ ୩୦୦ଟି ଏଲିଶା ପରୀକ୍ଷା ଏବଂ ସିଜିଏଚଏସ ହାର ଅନୁଯାୟୀ ଟିବି, ଏଚଆଇଭି ପାଇଁ ଅତିରିକ୍ତ ପରୀକ୍ଷା କରି ପାରିବ । ମୋବାଇଲ୍ ଲ୍ୟାବକୁ ଲଞ୍ଚ କରିବା ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଫେବୃଆରୀରେ ଆମ ଦେଶରେ କେବଳ ଗୋଟିଏ ଲ୍ୟାବ ଥିଲା, କିନ୍ତୁ ଆଜି ଆମ ପାଖରେ ୯୫୩ ଲ୍ୟାବ ରହିଛି । ସେଥିମଧ୍ୟରୁ ପ୍ରାୟ ୭୦୦ଟି ସରକାରୀ ଲ୍ୟାବ ରହିଛି । ଏବେ ଲ୍ୟାବ ସଂଖ୍ୟା ଅଧିକ ହେବା ସହ ମୋବାଇଲ୍ ଲ୍ୟାବକୁ ଲଞ୍ଚ କରାଯିବା ପରେ ବର୍ତ୍ତମାନ ଦେଶରେ କରୋନା ଭୂତାଣୁ ପରୀକ୍ଷା ହାର ଅଧିକ ହେବ ବୋଲି ସେ କହିଛନ୍ତି ।

Related posts

ଓମାନର ସୁଲତାନ କାବୁସଙ୍କ ପରଲୋକ

mahabharatanews

ସୁଖାଇ-୩୦ର ତଞ୍ଜାବୁରରେ ସାମିଲ ଏକ ସଫଳତା: ଏୟାର ମାର୍ସାଲ

mahabharatanews

କରୋନା ଯୁଦ୍ଧରେ ଆମ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ନିଶ୍ଚିତ ବିଜୟୀ ହେବେ: ମୋଦୀ

mahabharatanews

Leave a Comment