Uncategorized

ଦେଶରେ କରୋନା ସଂକ୍ରମଣ ୩ ଲକ୍ଷ ୯୫ ହଜାର ୪୮ରେ ପହଞ୍ଚିଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି । ୠତ ୨୪ ଘଣ୍ଟାରେ ୧୪ ହଜାର ୫୧୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୭୫ ରୋଗୀଙ୍କ ମୃତ୍ୟୁ ଘଟିଛି । ଫଳରେ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୯୫ ହଜାର ୪୮ ଓ ମୃତ୍ୟୁ ସଂଖ୍ୟା ୧୨ ହଜାର ୯୪୮କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୧ ଲକ୍ଷ ୬୮ହଜାର ୨୬୯ ରୋଗୀ ସକ୍ରିୟ ଥିବାବେଳେ ୨ ଲକ୍ଷ ୧୩ ହଜାର ୮୩୧ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ଆରୋଗ୍ୟ ହାର ୫୩.୮୦%କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୧ ଲକ୍ଷ ୨୪ ହଜାର ୩୩୧ ଥିବାବେଳେ ୫୮୯୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୫୩ ହଜାର ୧୧୬ ଓ ମୃତକଙ୍କ ସଂଖ୍ୟା ୨୦୩୫କୁ ବୃଦ୍ଧି ପାଇଛି। ତାମିଲନାଡୁରେ ୫୪ ହଜାର ୪୪୯ ଜଣ ସଂକ୍ରମିତ ହୋଇଥିବାବେଳେ ୬୬୬ ରୋଗୀ ପ୍ରାଣ ହରାଇଛନ୍ତି। ସେହିପର ଗୁଜରାଟରେ ୨୬ ହଜାର ୧୯୮ ଆକ୍ରାନ୍ତ ଓ ୧୬୧୯ ମୃତ, ଉତ୍ତରପ୍ରଦେଶରେ ୧୬ ହଜାର ୫୯୪ ସଂକ୍ରମିତ ଓ ୫୦୭ ମୃତ, ପଶ୍ଚିମବଙ୍ଗରେ ୧୩ ହଜାର ୯୦ ଆକ୍ରାନ୍ତ ଓ ୫୨୯ ମୃତ, ହରିୟାଣାରେ ୯ ହଜାର ୭୪୩ ଆକ୍ରାନ୍ତ ଏବଂ ୧୪୪ ମୃତ, ଆନ୍ଧ୍ରପ୍ରଦଶେରେ ୭୯୬୧ ଆକ୍ରାନ୍ତ ଏବଂ ୯୬ ମୃତ, ତେଲେଙ୍ଗାନାରେ ୬୫୨୬ ସଂକ୍ରମିତ ଓ ୧୯୮ ମୃତ, କର୍ଣ୍ଣାଟକରେ ୮୨୮୧ ଆକ୍ରାନ୍ତ ଓ ୧୨୪ ମୃତ, ରାଜସ୍ଥାନରେ ୧୪ ହଜାର ୧୫୬ ଆକ୍ରାନ୍ତ ଓ ୩୩୩ ମୃତ, ଜାମ୍ମୁ-କାଶ୍ମୀରରେ ୫୬୮୦ ସଂକ୍ରମିତ ଓ ୭୫ ମୃତ, ମଧ୍ୟପ୍ରଦେଶରେ ୧୧ ହଜାର ୫୮୨ ସଂକ୍ରମିତ ଓ ୪୯୫ ମୃତ, ବିହାରରେ ୭୨୯୦ ଆକ୍ରାନ୍ତ ଓ ୪୯ ମୃତ, ଆସାମରେ ୫୦୦୬ ଆକ୍ରାନ୍ତ ଓ ୯ ମୃତ, ଓଡ଼ିଶାରେ ୪୬୭୭ ସଂକ୍ରମିତ ଏବଂ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Related posts

କରୋନା ମୁକାବିଲାରେ  ଧାରାବୀ ବସ୍ତୀ ପାଲଟିଛି ଉଦାହରଣ ପାଲଟିଛି

mahabharatanews

ଉନ୍ନାଓ ପୀଡିତା ବାପାଙ୍କୁ ହତ୍ୟା ମାମଲା, ସେନଗାର ଦୋଷୀ ସାବ୍ୟସ୍ତ

mahabharatanews

ମସ୍କାରା ଶୁଖିଯାଇଛି କି? ଫୋପାଡିବା ବଦଳରେ ଏହି ଉପାୟରେ କରନ୍ତୁ ନୂଆ

mahabharatanews