ଓଡିଶା

କାଲିମେଳା ଓଡିଶା ଜୀବିକା ମିଶନ ପ୍ରଶାସନ ପକ୍ଷରୁପ୍ରଶଂସା ସାଉଁଟିଛନ୍ତି

(ମାଲକାନଗିରି/ ସୂର୍ୟ୍ୟକାନ୍ତ ବେହେରା): ଜିଲା କାଲିମେଳା ବ୍ଲକର ଓଡିଶା ଜୀବିକା ମିଶନ ତରଫରୁ ବିଭିନ୍ନ ପଞ୍ଚାୟତ ର ସୋୟଙ୍ଗ ସହାୟକ ଗୋଷ୍ଠୀ ପକ୍ଷରୁ ଯାଉଥିବା ମାଛ ଚାଷ ଏବଂ କୁକୁଡ଼ା ଫାର୍ମ ଗୁଡିକୁ ଜିଲାପାଳ ମନୀଷ ଅଗ୍ରୱାଲ ଗସ୍ତ ସମୟରେ ବୁଲିଦେଖିଛନ୍ତି । ଏହି ସମୟରେ ଜିଲାପାଳଙ୍କ ସହ ବିଡିଓ ଉମାଶଙ୍କର ଦଳେଇ , ଡିଆରଡିଏ ପିଡି ବାଳମୁକୁନ୍ଦ ଭୁଇଁଆ ଉପସ୍ଥିତ ରହି ଓଡିଶା ଜୀବିକା ମିଶନ ର ନିର୍ଦେଶୀକା ରୋଜଳିନୀ ଦାସ ଙ୍କ ସହ ଏବଂ ଉପସ୍ଥିତ ଥିବା ସମସ୍ତ ସୋୟଙ୍ଗ ସହାୟକ ଗୋଷ୍ଠୀ ସହ ଆଲୋଚନା କରିବା ସହ କାଲିମେଳା ଓଡ଼ିଶା ଜୀବିକା ମିଶନକୁ ଜିଲାପାଳ ପ୍ରଶଂସା କରିଥିଲେ । ଆଗାମୀ ଦିନରେ କିପରି ସୋୟଙ୍ଗ ସାହାୟକ ଗୋଷ୍ଠୀ ପୋଖରୀରେ ଚିଙ୍ଗୁଡିଚାଷ କରିବେ ତାହା ଜିଲାପାଳ ପରାମର୍ଶ ଦେଇଥିଲେ କାଲିମେଳା ଓଡିଶା ଜୀବିକା ମିଶନ ର ନିର୍ଦେଶୀକା ରୋଜଳିନୀ ଦାସ ଙ୍କୁ । କାଲିମେଳା ବ୍ଲକ ର ବିଭିନ୍ନ ପଞ୍ଚାୟତ ମାନଙ୍କରେ ମହିଳା ସୋୟଙ୍ଗ ସହାୟକ ଗୋଷ୍ଠୀ ମାନେ ନିଜେ ସ୍ୱାବଲମ୍ବୀ ହୋଇଥଛନ୍ତି ଏସବୁ ଶ୍ରେୟ ଯାଉଛି କାଲିମେଳା ବ୍ଲକ ର ଓଡିଶା ଜୀବିକା ମିଶନ ।ତେଣୁ ଅଞ୍ଚଳ ବାସୀ ସରକାରଙ୍କ ଏହି ଜୀବିକା ମିଶନକୁ ପ୍ରଶଂସା କରିଛନ୍ତି ।

Related posts

ଆଗ।ମୀ ଦିନରେ ଗୋଷ୍ଠୀ ସଂକ୍ରମଣ ହେବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ଓଲଟିଲା ପିକଅପ ଭ୍ୟାନ; ୩ ଗୁରୁତର

mahabharatanews

କରୋନା ସଚେତନତା କଲେ ମାନିକେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠି, ପନିପରିବା ବିକିଲେ ଓ ମାଗଣାରେ ମାସ୍କ ଦେଲେ

mahabharatanews